ଘୁନସର ୨୩ତମ ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସରଠାରେ ଅନୁଷ୍ଠିତ ପ୍ରଗତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କପିଳ ବୁଡ଼େକ, ରଜତ ମିଶ୍ର, ଐଚର୍ଯ୍ୟା ଶେଖର ଦେବତା, ତୀର୍ଥ ଧରୁଆ, ପ୍ରକାଶ ଦାସ, ଫରମ ସାଏ ମାଝୀ, ବିକାଶ ଦାସ, ମାୟାଧର ସାହୁ ଓ ସିତାରାମ ସିରଦାର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ୧୬ଟି ଦଳକୁ ନିମନ୍ତ୍ରଣ କରାଯାଇଛି । ପ୍ରଥମ ମ୍ୟାଚ ଫୁଲକିମୁଣ୍ଡା ସହିତ କୁର୍ଲୁମାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଫୁଲକିମୁଣ୍ଡା ଦଳ ବିଜୟୀ ହୋଇଥିଲେ । ଶ୍ରୀରାମ ବାରିକ ଓ ନବୀନ ଧରୁଆ ଖେଳ ପରିଚାଳନା କରିଥିଲେ । ଖେଳରଧାରା ବିବରଣୀ କାହ୍ନୁ ଚରଣ ସାହୁ, ଓଁକାର ପ୍ରଧାନ, ଜ୍ଞ୍ୟାନ ବାରିକ, ପୁସ୍ତମ ବାଗ, ସଂଜୀବ ବାଗ, ସଂଦୀପ ବାରିକ, ସୀତାରାମ ଧରୁଆ, ଅଭୟ ତରିଆ, କାନ୍ତ ପ୍ରଧାନ, ଶରତ ସାହୁ, ଧନଞ୍ଜୟ ତରିଆ, ସୁନୀଲ ଭୋଇ, ଗୁଣବନ୍ତ ମାଝୀ, ସୁଶୀଲ ସାହୁ, ଦିନେସ ସାହୁ, ଶୁଭମ ସାହୁ, ରାଜାରାମ ବାରିକ, ଅମୁଲ୍ୟ ତରିଆ ଓ ବିବେକ ଦାସ ପି.ସି.ସି ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published.