ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବାଙ୍କୀ, (ନାଗରାଜ ନ୍ଯୁଜ): ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ବାଙ୍କୀ ବ୍ଲକ ଭଜନ ମଣ୍ଡଳୀ କୁରୁମ ଚୟନି ଗ୍ରାମ ଠାରେ ଓଡ଼ିଶା ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଆଜି ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଛି । ଗ୍ରାମର ଗୋମାତାଙ୍କୁ ଯଥାବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପିଠା, କଞ୍ଚା ପରିବା ଓ ଘାସ ଖାଇବାକୁ ଦିଆଯିବା ସହିତ ଗୋମାତାଙ୍କ ବେକରେ ଫୁଲ ମାଳ ପକାଇ ପୂଜା କରାଯାଇଛି । ଏଥିରେ ବାଙ୍କୀ ସତ୍ୟସାଇ ସେବାସଦନର ଭାଇ ଓ ଭଉଣୀମାନେ ତଥା ଏହି ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଗୋମତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଏହା କରିବା ଦ୍ଵାରା ସମାଜର ମଙ୍ଗଳ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳିଛି ।

Leave a Reply

Your email address will not be published.