ସାଙ୍ଗକୁ ବଞ୍ଚେଇବାକୁ ଯାଇ ସାଙ୍ଗର ଗଲା ଜୀବନ

କଟକ, (ନାଗରାଜ ନ୍ୟୁଜ): ନଦୀରେ ବୁଡିଯାଉଥିବା ସାଙ୍ଗକୁ ବଞ୍ଚେଇବାକୁ ଯାଇ ସାଙ୍ଗର ଜୀବନ ଗଲା I ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ବ୍ଲକ ନରାଜ ନିକଟରେ I ଆଜି ସନ୍ଧ୍ୟାରେ ୪ ଜଣ ସାଙ୍ଗ ନରାଜ ନଦୀ ପଠାକୁ ବୁଲିବାକୁ ଆସିଥିଲେ I ନରାଜ ଗେଷ୍ଟ ହାଉସ ନିକଟରେ ଥିବା ପଥରବନ୍ଧ ରୁ ଜଣଙ୍କର ଗୋଡ଼ ଖସି ଯିବାରୁ ସେ ନଦୀରେ ବୁଡ଼ିଯାଇଥିଲେ I ସାଙ୍ଗ ପାଣିରେ ବୁଡିଯାଉଥିବା ଦେଖି ରାଉକେଲା ନିବାସୀ ଦିବେଶ ପଟ୍ଟନାୟକ ପାଣିକୁ ଡେଇଁପଡ଼ିଥିଲେ I ପାଣିରେ ବୁଡିଯାଉଥିବା ସାଙ୍ଗ କିନ୍ତୁ କୌଶଳ କ୍ରମେ କୂଳକୁ ଚାଲି ଆସିଲେ ହେଲେ ଦିବେଶ ଆଉ ଫେରି ନଥିଲେ I ୩ ଜଣ ସାଙ୍ଗ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ନରାଜରେ ଥିବା ଓଡ୍ରାଫ ଟିମକୁ ଖବର ଦେଇଥିଲେ I ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା I ଦୀର୍ଘ ସମୟ ଖୋଜାଖୋଜି ପରେ ଶେଷରେ ନଦୀରୁ ଦିବେଶଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା ଓଡ୍ରାଫ ଟିମ I ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରିଛି I ୨୨ ବର୍ଷୀୟ ବିଦେଶ ପଟ୍ଟନାୟକ ଙ୍କ ଘର ରାଉକେଲା ହୋଇଥିବା ବେଳେ ସେ ସିଡିଏ ସେକ୍ଟର 1 ରେ ଥିବା ଏକ ଘରୋଇ କଲେଜରେ ପାଠ ପଢ଼ୁଥିଲେ I ଆଜି ସନ୍ଧ୍ୟାରେ କଲେଜର ୪ ଜଣ ସାଙ୍ଗ ନରାଜ ବୁଲିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି I

Leave a Reply

Your email address will not be published.