ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ପୁରୀ,(ନାଗରାଜ ନ୍ୟୁଜ): ଆଜି ବ୍ରହ୍ମଗିରି ବ୍ଲକ ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଗ୍ରାମ ଠାରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ବହୁ ପ୍ରତିକ୍ଷିତ ସୁନାମୁଖି ନଦୀ ଉପରେ 4,90,62.490 କୋଟି ଟଙ୍କା ବ୍ୟୟରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ବ୍ୟାରେଜ ହେବା ଫଳରେ ଆମ୍ବପଡା ପଞ୍ଚାୟତ ର ନରସିଂହ ପାଟଣା, ବଳଭଦ୍ର ପାଟଣା, ଜଗନ୍ନାଥ ପାଟଣା, ବରୁଡି, ବରଝଙ୍ଗା, ରେଣ୍ଢା ବରପଦା, ପଲଙ୍କ ପଞ୍ଚାୟତର ପଲଙ୍କ, ଚଣ୍ଡିପୁଟ, ମୋଟ, ରେବଣା ନୂଆଗାଁ ପଞ୍ଚାୟତର ଆଳିଆପୁଟ, ରେବଣା ନୂଆଗାଁ, ଜଗନ୍ନାଥ ପୁର, କଡାଜିତ ଏବଂ ଗୋରୁଆଳ ପଞ୍ଚାୟତର ଚାଷୀ ଉପକୃତ ହେବେ। କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶା। ଏଠି ସବୁଜ ଶ୍ୟାମଳରେ ପରିପୂର୍ଣ୍ଣ ଥାଏ ପ୍ରତ୍ୟେକ ଚାଷୀର କ୍ଷେତ। ଅନ୍ୟର ପେଟକୁ ଖାଦ୍ୟ ଯୋଗାଇଦେବା ପାଇଁ ଚାଷୀ ଟିଏ ଦିନ ରାତିକୁ ଏକ କରି କରିଥାଏ ଚାଷ କାର୍ଯ୍ୟ। ସେଇଥିପାଇଁ ତ ଚାଷୀଙ୍କୁ କୁହାଯାଏ ଅନ୍ନଦାତା। ସେହି ଅନ୍ନଦାତାର କୃଷିକୁ ସୁଦୃଢ଼ ଏବଂ ଉନ୍ନତ ମାନର କରିବା ପାଇଁ ନିରନ୍ତର ଭାବେ ଚେଷ୍ଟା ଜାରି ରଖିଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଚାଷ ଜମିକୁ ବ୍ୟାପକ ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା ହେଉ କି ଚାଷ କାର୍ଯ୍ୟ ପାଇଁ ସହାୟତା ଯୋଗାଇଦେବା ସବୁଥିରେ ପ୍ରାଥମିକତା ଦେଇ ଆସିଛନ୍ତି ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହା ସହିତ ବ୍ରହ୍ମଗିରି ବ୍ଲକର ଦକ୍ଷିଣ କାଣିଆର 6.7 କିମି ଠାରୁ 15.70 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବକ୍ସି କାଣିଆର 8.6 କିମି ଠାରୁ 10.1 କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବେଣା କାଣିଆର 0କିମି ଠାରୁ 4.5କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ଚଉଦସହ ମଉଜାର 5.6କିମି ଠାରୁ 7.6କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ 1,62,19,570 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ଓ ଦକ୍ଷିଣ କାଣିଆର 15.7କିମି ଠାରୁ 20.00କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ଏବଂ ବାସନପୁର କେନାଲର 0କିମି ଠାରୁ 4.0କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ 4,23,89,194 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି। ଏହି କାର୍ଯ୍ୟ ସବୁ ଖୁବଶିଘ୍ର ଆରମ୍ଭ କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ବ୍ରହ୍ମଗିରି ଚାଷୀ କୂଳର ଦୀର୍ଘ ଦିନର ଦାବି ଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ ଆମ୍ବପଡା ପଞ୍ଚାୟତ ନରସିଂହ ପାଟଣା ଠାରେ ବହୁ ପ୍ରତିକ୍ଷିତ ସୁନାମୁଖି ନଦୀ ଉପରେ 4,90,62.490 କୋଟି ଟଙ୍କା ବ୍ୟୟରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ହେବା ଫଳରେ ବ୍ରହ୍ମଗିରି ବିକାଶରେ ଆଜି ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ବ୍ରହ୍ମଗିରି ଜଳସେଚନ ଓ ଜଳ ନିଷ୍କାସନ କାର୍ଯ୍ୟ କୁ ତୋରାନୀତ କରିବା ପାଇଁ ବକ୍ସି କାଣିଆ, ଦକ୍ଷିଣ କାଣିଆ, ବେଣା କାଣିଆ, ଏକ ନାଳିଆ, ତଉଦସହ ମୈାଜା, ସୁନାମୁଖି ଏବଂ ମହଲାପାଟରୁ ଦଳ ଭର୍ତ୍ତି ହୋଇଥିବାରୁ ସେଇଥିରୁ ସବୁ ଦଳ ସଫା ଏବଂ ପୂନର ଉଦ୍ଧାର କାର୍ଯ୍ୟ ଜଳସମ୍ପଦ ବିଭାଗ ଦ୍ବାରା ଖୁବଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ ଓ ସମ୍ମାନୀତ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ଆମ୍ବପଡା ପଞ୍ଚାୟତ ସରପଞ୍ଚ ସୁଜାତା ନାୟକ, ସମିତି ସଭ୍ୟ ସଞ୍ଜୟ କୁମାର ପ୍ରଧାନ, ଡାଇରେକ୍ଟର କୋପରେଟିଭ ସୋସାଇଟି ଶ୍ରୀନିବାସ ଜେନା, ପୂର୍ବତନ ସମିତି ସଭ୍ୟ ଯୋଗେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଦିବାକର ଦଳାଇ, କେଦାର ପ୍ରଧାନ, ତିନିଗ୍ରାମ ସଭାପତି ଭିକାରୀ ବିଶ୍ୱାଳ, ଜଗନ୍ନାଥ ପାଟଣା ସଭାପତି ବ୍ରଜକିଶୋର ଜେନା ଓ ନରସିଂହ ପାଟଣା ସଭାପତି ଅମର ଦାସଙ୍କ ସମେତ ପଞ୍ଚାୟତର ବହୁ ବିରିଷ୍ଟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published.