ଦାଦା ବଟି ମାଗୁଛି ପୋଲିସ

କଟକ,(ନାଗରାଜ ନ୍ୟୁଜ): କଟକରେ ବଟି ଆଦାୟ କରୁଛି କମିସନରେଟ ପୋଲିସ। ବାଲିଯାତ୍ରାରେ ଥିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ। ନଦେଲେ ବ୍ୟବସାୟୀଙ୍କ ବିରୋଧରେ ମିଛ କେସ କରିବାକୁ ଧମକ ଦେଉଛନ୍ତି କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସବ ଇନ୍ସପେକ୍ଟର ମୋତିଲାଲ ମାରାଣ୍ଡି। ୫୦ ହଜାର ଟଙ୍କା ଦେବା ପାଇଁ ଦାବି କରୁଛନ୍ତି ଥାନା ଅଧିକାରୀ। ନ ଦେଲେ ଦଫା ୪୨୦ ରେ ଗିରଫ କରିବାକୁ ଦେଉଛନ୍ତି ଧମକ। ବ୍ୟବସାୟର କ୍ଷତି ହେଉଛି ବୋଲି ବ୍ୟବସାୟୀ ନେହୁରା ହେଉଥିଲେ ମଧ୍ୟ କିଛି କର୍ଣ୍ଣପାତ କଲେ ନାହିଁ ଥାନା ଅଧିକାରୀ। କେବଳ ଏତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଉଭୟ ପୋଲିସ ଅଧିକାରୀଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଏକ ଭିଡିଓ ସେୟାର କରି ବିଜେପି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published.