ହସିବ ତାଳବଣିଆ:୧୦୬୩ ମଞ୍ଜିରୋପଣ

ପୁରୀ,(ନାଗରାଜ ନ୍ୟୁଜ): ନଗରବିକାଶ ଓ ଗୃହନିର୍ମାଣ ରେ ପ୍ରାୟ ୫୦ବର୍ଷ ତଳୁ ଉଜୁଡିଗଲାଣି ତାଳବଣିଆ।ଆଉ ଦୃଶ୍ୟମାନ ହେଉନି ଶହଶହ ତାଳଗଛ ରେ ମାଳମାଳ ତାଳ।ସବୁଜ ଛତା ପରି ପଲ୍ଲଵୀତ ହେଉନି ତାଳପତ୍ର।ଆଉ ବାଇଚଢେଇଙ୍କ ବସା ଓହଳୁନି ଗଛ ଓହଳରେ। ଏପରି ସମୟରେ କ୍ରମାଗତ ତିନିବର୍ଷ ଧରି ଓଡ଼ିଶା ଯୁବ ଚେତନା ସଂଗଠନ ଓ ମିଶନ ଓଡ଼ିଶା ,”ତାଳଗଛ ହେବ ଗଳ୍ପ: ପୁରୀ ରେ ହସିବ ଶିଳ୍ପ”ସ୍ଲୋଗାନ ଧରି କରିଚାଲିଛନ୍ତି ବୃକ୍ଷରୋପଣ। ତିନିବର୍ଷ ତଳର ମଞ୍ଜି ଏବେ ମୁଣ୍ଡ ଟେକିଲାଣି ତାଳବଣିଆ ରେ।।ଆଜି ଓଡ଼ିଶା ଯୁବ ଚେତନା ସଂଗଠନ, ମିଶନ ଓଡ଼ିଶା, ନିର୍ମାଲ୍ୟ , ସମର୍ପଣ ଓ ଆୟୁଷ ଆଥେଲେଟିକସ୍ ର ମିଳିତ ପ୍ରୟାସ ରେ ତାଳବଣିଆ ରେ ୧୦୬୩ଟି ତାଳମଞ୍ଜି ରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର, କୃଷ୍ଣଚନ୍ଦ୍ର ପାତ୍ର, କୋଚ୍ ରଶ୍ମିରଞ୍ଜନ ପାତ୍ର, ଶ୍ରୀକ୍ଷେତ୍ର ପୁସ୍ତକ ମେଳା ର ରାଜକିଶୋର ମିଶ୍ର, ବିଶ୍ଵନାଥ ମିଶ୍ର, ଗୋବିନ୍ଦ ପାତ୍ର, ସୌମ୍ୟରଞ୍ଜନ ପାତ୍ର, କେଦାରନାଥ ମହାପାତ୍ର, ଶିବରାମ ପ୍ରଧାନ, ସରୋଜ ବେହେରାଙ୍କ ସମେତ ୨୪ଜଣ ଆଥଲେଟ୍ ସହଯୋଗ କରିଥିଲେ। ଆଗାମୀ ଦିନରେ କୋଣାର୍କ ଓ ସତ୍ୟବାଦୀ ରୁ ଆସିଥିବା ତିନି ହଜାର ତାଳମଞ୍ଜିକୁ ତାଳବଣିଆ ରେ ରୋପଣ କରାଯିବ ବୋଲି ଓଡିଶା ଯୁବ ଚେତନା ସଂଗଠନ ର ରାଜ୍ୟ ସଭାପତି ବଦ୍ରି ମିଶ୍ର ପ୍ରକାଶ କରିଛନ୍ତି।ଏହା ଦ୍ବାରା ଆଗାମୀ ଦିନରେ ତାଳପତ୍ର ଭୋଗେଇ,ପଂଖା,ଚଟେଇ,ଛତା ଭଳି ଅନେକ ଶିଳ୍ପ ପୁରୀ ରେ ପୁଣି ହସିଉଠିବ ବୋଲି ଆଶା ରଖିଛନ୍ତି ମିଶନ ଓଡ଼ିଶା ର ସଂପାଦକ ତଥା ପ୍ରକୃତି ମିତ୍ର ମଧୁସୂଦନ ମିଶ୍ର।

Leave a Reply

Your email address will not be published.