ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦଭାବନା ଗୃହଠାରେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ, ସାଧାରଣ ଜନତାଙ୍କ ଚିକିତ୍ସା କରିବା ସହିତ ଜନତାଙ୍କ ସହ ଉତ୍ତମ ଆଚରଣ ଓ ଉଚ୍ଚାରଣ ନିହାତି ଆବଶ୍ୟକ ଥିବା ଜିଲ୍ଲାପାଳ କହିଥିଲେ ଏହି ବୈଠକରେ ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ ଯୋଗଦେଇ ଜିଲ୍ଲାରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିବା ସହିତ କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ସହିତ ଜନତାଙ୍କୁ ଖରାପ ବ୍ୟବହାରକୁ ବରଦାସ୍ତ କରାଯିବନି ବୋଲି କହିଥିଲେ , ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published.