ଛୋଟିସି ଆଶା ଟ୍ରଷ୍ଟର ସହାୟତା

ବାସୁଦେବପୁର: ବାତ୍ୟା ୟାସ ପ୍ରଭାବରେ ପ୍ରଭାବିତ ହୋଇ ଅସୁବିଧାରେ ରହିଥିବା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଂଚାୟତର ବିଭିନ୍ନ ଗ୍ରାମରେ ଛୋଟସି ଆଶା ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ତତସହିତ ରାସନର ବ୍ୟବସ୍ତା କରାଯାଇଛି । ଏବେବି ୧୮ ଟି ପଂଚୟତରୁ ପାଣି ଶୁଖି ନଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଏହି ଟ୍ରଷ୍ଟ ତରଫରୁ ୨୦୦ ପରିବାରକୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି । କେବଳ ଏତିକି ନୁହେ ଏହି ଟ୍ରଷ୍ଟ ବହୁବାର ଲୋକମାନଙ୍କୁ ସହାୟତାର ହାତ ବଢାଇଛି । ଅସୁବିଧା ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିଛି । ଆଜି ଟିମ ସହ ବାସୁଦେବପୁର ମହିଳା ଚାଷୀ ତଥା ସମାଜସେବୀ ଛାୟା ରାଣୀ ସାହୁ ଯୋଗ ଦାନ କରି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଟିମ ତରଫରୁ ସଚିନ ମହାପାତ୍ର, ବିମଳ ରାଉଳ, ମୁରଲୀ, ଅସିତ ସେନାପତି ଏବଂ ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published.