ଭୁବନପୁର ଗ୍ରାମ ହେଲା ସାନିଟାଇଜର

ବାରଙ୍ଗ : ରାଜ୍ୟରେ ମହାମାରୀ ଦୃତ ଗତିରେ ବଢୁଥିବା ଯୋଗୁଁ କରୋନାକୁ ମାତ ଦେବା ପାଇଁ ପ୍ରୟାସ ଜାରି ରହିଛି । ଏହାସହ ଯେଉ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନକୁ ସାନିଟାଇଜର ମଧ୍ୟ କରାଯାଉଛି ।ଆଜି ବାରଙ୍ଗ ବ୍ଲକ ଅନ୍ତର୍ଗତ କଲ୍ଯାଣ ସମିତି ଫକୀର ପଡା ତରଫରୁ ଭୁବନପୁର ଗ୍ରାମକୁ ସାନିଟାଇଜର କରାଯାଇଛି । ଏଥିରେ ସହଯୋଗ କରିଥିଲେ ଅଙ୍ଗନବାଡି ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳୀ ଜେନା, ଆଶାଦିଦି ପ୍ରତିମା ଜେନା, ସମାଜ ସେବୀ ସୁପରିତି ଶର୍ମା, ଗ୍ରାମ ସଭାପତି ରଞ୍ଜନ କୁମାର ଭଟ୍ଟ, ସମ୍ପାଦକ ତ୍ରିଲୋଚନ ଭୋଇ, ମନୋଜ ଭୋଇ ଓ ହେମନ୍ତ ଭଟ୍ଟ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.