ତାଳଜୁରୀରେ ବିଶାଳ ଆଦିବାସୀ ମେଳି

ବଲାଙ୍ଗିର, (ନାଗରାଜ ନ୍ୟୁଜ ): ବଲାଙ୍ଗିର ସଦର ଥାନା ଅଧିନସ୍ଥ ତାଳଜୁରୀ ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ଗ୍ରାମଦେବୀ ଗୁଡି ଠାରେ ପୂଜାର୍ଚ୍ଚନା ଶେଷ କରି ଡାକ ବାଦ୍ୟ ବଜାଇ ଗୀତ ନୃତ୍ୟ ସହିତ ଶତାଧିକ ଆଦିବାସୀ ଶୋଭାଯାତ୍ର ରେ ଗାଁ ପରିକ୍ରମା କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ବନଳତା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଦିବାସୀମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

ସଭାରେ କାର୍ଯ୍ୟକାରୀ ସଭାପତି ବନଲତା ମାଝି, ବ୍ଲକ ସଭାପତି ସନ୍ତୋଷ ପୁଟା, ଟଙ୍କଧର ଧରୁଆ, ଯୁବକ କନ୍ଦା, ନିତ୍ୟାନନ୍ଦ ମାଝି, ଘାସିରାମ ମାଝି, ଜଗନ୍ନାଥ ମାଝି, ଇନ୍ଦ୍ରମଣି ମାଝି ଓ ସୁନିଲ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.