ବାଇକ୍ ଶହ ବାଇକ ମୁହାଁମୁହିଁ ଧକା, ୩ ଜଣ କଲେଜ୍ ଛାତ୍ର ସମେତ ଅନ୍ୟ ଜଣେ ଗୁରୁତର,

ଖଇରା,(ନାଗରାଜ ନ୍ୟୁଜ): ବାଇକ୍ ସହ ବାଇକ ମୁହାଁ ମୁହିଁ ଧକା ହେବାରୁ ୩ ଜଣ କଲେଜ୍ ଛାତ୍ର ସମେତ ଅନ୍ୟ ଜଣେ ଗୁରୁତର । ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ଅସ୍ତଗଢିଆ ଛକ ନିକଟରେ ଅନନ୍ତପୁର ସାରଶ୍ବତ ମହାବିଦ୍ୟାଳୟ ୩ ଜଣ ଛାତ୍ର ବାଇକ୍ ରେ ଆସୁଥିବା ସମୟ ରେ ଅନ୍ୟ ଜଣେ ଯୁବକ ବାଇକ୍ ଆସୁଥିବା ସମୟରେ ର ମୁଁହା ମୁଁହିଁ ଧକା ହୋଇଥିଲା । ଫଳରେ ଉଭୟ ବାଇକ୍ ର ୪ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନିୟ ଲୋକ ଉଦ୍ଧାର କରି ୪ ଜଣଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଆଣିଥିଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ କଲେଜ୍ ଛାତ୍ର ହେଲେ ରାଜା ମହାଳିକ,ରଞିତ ଜେନା, ଅମିୟ ଏବଂ ଅନ୍ୟ ବାଇକ୍ ଅରୋହୀ ହେଲେ ସେଖ୍ ଜଇଉଲ ଆଲମ୍ । ଜଇଉଲ୍ ଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ସେ ସୋର ଅଞ୍ଚଳରେ ରହି କାମ କରୁଥିବା ସୁଚନା ମିଳିଛି ।
ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.