ଶତାଧିକ ବର୍ଷର ପତିରାଜପୁର ଦୋଳ ମେଳନ, ରାସ୍ତାରେ ଅଟକିଲେ ମୁଖ୍ୟ ଠାକୁର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପତିରାଜପୁର ଦୋଳ ମେଳନ ପ୍ରାୟ ୩୦୦ ବର୍ଷରୁ ଉର୍ଦ୍ଧ୍ବ ହେବ । ବିଭିନ୍ନ ସ୍ଥାନରୁ ଏହି ମେଳନକୁ ପ୍ରତ୍ୟେକ ବର୍ଷ ପାଖାପାଖି ପ୍ରାୟ ୧୦୦ ଠାକୁର ବିମାନ ବିଭିନ୍ନ ସାଜସଜ୍ଜା ସହିତ ଆସିଥାନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ଏବଂ ମେଳା କମିଟିର ସଦସ୍ୟମାନେ ସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି । ଦୋଳ ମେଳନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଗୋବିନ୍ଦ ଜୀଉ ମୁଖ୍ୟ ଠାକୁର ଭାବେ ସ୍ଥାନ ଅଳଙ୍କୃତ କରିଆସିଛନ୍ତି । କିନ୍ତୁ ଏଥର ମୁଖ୍ୟ ଠାକୁର ରାସ୍ତାରେ ଅଟକିଲେ । ଖବର ସଂଗ୍ରହରୁ ଜଣାଯାଇଛି ଯେ, ଖାନପୁର ଠାକୁରବାଡିଆ ମାନେ ଗୋବିନ୍ଦ ଜୀଉ ଠାକୁରବାଡିଆଙ୍କ ସହିତ ଗଣ୍ଡଗୋଳ କରିଥିଲେ । ଖବରପାଇ ମେଳାକମିଟି ସେଠାରେ ପହଞ୍ଚି ଥିଲା । ଶେଷରେ ଖାନପୁର ଗାଁ ମୁଖିଆ ଭୁଲ୍ ମାଗିଲା ପରେ ମେଳା କମିଟିର ପ୍ରତିଶ୍ରୁତି ମୂଳେ ଗୋବିନ୍ଦ ଜୀଉ ଆସ୍ଥାନ ଅଭିମୁଖେ ରାସ୍ତାରୁ ଉଠିଥିଲେ ।।

ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.