ସ୍ତ୍ରୀକୁ ଭୁଜାଲିରେ ହାଣିଲେ ସ୍ୱାମୀ, ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି

ପାଟଣାଗଡ଼, (ନାଗରାଜ ନ୍ୟୁଜ): ସ୍ତ୍ରୀକୁ ଭୁଜାଲିରେ ହାଣିଲେ ସ୍ୱାମୀ । କୈାଣସି କଥା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା । ଏଥିରେ ସ୍ଵାମୀ ଉତ୍ୟକ୍ତ ହୋଇ ଭୂଜାଲି ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା ଅନୁସାରେ ପାଟଣାଗଡ଼ ଥାନା ଟିକେଶ୍ଵର ବରିହା ଫଗୁଣି ବରିହାଙ୍କୁ ୨୦୧୪ ମସିହାରେ ସାମାଜିକ ରିତିନୀତି ଅନୁସାରେ ବିବାହ କରିଥିଲେ । ବିବାହ କିଛି ମାସ ଗଲା ପରେ ଟିକେଶ୍ଵର ଯୈାତୁକ ବାବଦକୁ ଗୋଟିଏ ମୋଟର ସାଇକେଲ ଦାବି କରି ଫଗୁଣିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ଫଗୁଣିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଖି ତାଙ୍କ ପରିବାର ଲୋକ ତାଙ୍କୁ ଗରକୁ ଫେରାଇ ନେଇଯିବା ପାଇଁ ଆସିଥିଲେ । କିନ୍ତୁ ଟିକେଶ୍ଵର ନିଜ ଶଳା କୁଳଦେବଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ କୁଳଦେବଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲେ । ନିଜ ଭାଇଙ୍କୁ ସ୍ୱାମୀଙ୍କ କବଳରୁ ରକ୍ଷା କରିବା ପାଇଁ ଫଗୁଣୀ ଆଗକୁ ଆସିଥିଲେ । ଏଥିରେ ଟିକେଶ୍ଵର ଉକ୍ତତ୍ୟ ହୋଇ ଭୁଜାଲିରେ ଫଗୁଣୀଙ୍କ ମୁଣ୍ଡ ଓ ହାତରେ ବାରମ୍ବାର ଚୋଟ ମାରିଥିଲେ । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

 

Leave a Reply

Your email address will not be published.