ଭରତବାହାଲରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ କଲା ଆତ୍ମସମର୍ପଣ

ପାଟଣାଗଡ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମର ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଶନିବାର ରାତିରେ ତାଙ୍କ ସ୍ତ୍ରୀ ମିନା (୨୨) ଙ୍କ ସହିତ କୈାଣସି କଥାକୁ ଯୁକ୍ତିତର୍କ ହେବାରୁ ପଞ୍ଚୁ କୁରାଢି ଫଷାରେ ତାଙ୍କ ସ୍ତ୍ରୀ ମିନାଙ୍କ ମୁଣ୍ଡରେ ପ୍ରହାର କରିଥିଲେ । ଘଟଣା ସ୍ଥଳରେ ହିଁ ମିନାଙ୍କ ମୃତ୍ୟୁ ହୋଇଥିଲା । ପଞ୍ଚୁ  ଏକ ବର୍ଷ ହେବ ମିନାଙ୍କୁ ବିବାହ କରିଥିବାର ପରିବାର ଲୋକଙ୍କ ଠାରୁ ଜଣାପଡିଛି । ପଞ୍ଚୁ ଥାନାରେ ଆତ୍ମସମର୍ପଣ କରିଥିବା ବେଳ ଲରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି । ତତସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Leave a Reply

Your email address will not be published.