ମୁଁ ଜିତିବା ପରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବି: ରେଷମା ଖାଲକୋ

ରାଉଲକେଲା, (ନାଗରାଜ ନ୍ୟୁଜ): ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବି । ମୁଁ ଜିତିବା ପରେ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଲୋକଙ୍କୁ ଯୋଗାଇ ଦେବି ବୋଲି ଜଲଦା ସରପଞ୍ଚ ପ୍ରାର୍ଥୀନୀ ରେଷମା ଖାଲକୋ ସୂଚନା ଦେଇଛନ୍ତି । ରବିବାର ଦିନ ଲାଠିକଟା ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବାବେଳେ ୩ଟି ଗଣତି ପର୍ଯ୍ୟାୟରେ ସୂର୍ଯ୍ୟ ଚିହ୍ନରେ ଠିଆ ହୋଇଥିବା ସରପଞ୍ଚ ପ୍ରାର୍ଥନୀ ରେଷମା ଆଗୁଆ ରହିଥିଲେ । ଜଲଦା ପଞ୍ଚାୟତ ପ୍ରାର୍ଥନୀ ରେଷମା ଖାଲକୋ ପେସାରେ ଜଣେ ଇଂରାଜୀ ଶିକ୍ଷାର୍ଥୀ ହୋଇଥିବାବେଳେ ସେ ବିଜୟୀ ହେବା ପରେ ଉକ୍ତ ଅଞ୍ଚଳରେ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଭଳି ଥିବା ବିଭିନ୍ନ ସମସ୍ୟାକୁ ଦୂରିକରଣ କରିବେ ବୋଲି କହିଥିଲେ । ଏଥିସହ ବେକାର ଶିକ୍ଷିତ ଯୁବକମାନଙ୍କ ପାଇଁ ନିଜ ବ୍ଲକ ଅଧିନରେ ଆସୁଥିବା ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ସେମାନଙ୍କୁ କିଭଳି ଆଗାମୀ ଦିନରେ ସାମିଲ କରିହେବ ସେନେଇ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଜଲଦା ଅଞ୍ଚଳରେ ଥିବା ବିଭିନ୍ନ ଭିନ୍ନକ୍ଷମ, ବୃଦ୍ଧ ଓ ବୃଦ୍ଧାଙ୍କ ସହ ବହୁ ଗରୀବ ହିତାଧିକାରୀମାନଙ୍କୁ ସମସ୍ତ ସରକାର ଯୋଜନା ପହଞ୍ଚାଇବା ପାଇଁ ଉଦ୍ୟମ କରିବି ବୋଲି ଶ୍ରୀମତି ଖାଲକୋ କହିଥିଲେ ।

Leave a Reply

Your email address will not be published.