ଉଝଲା ଏକାଦଶୀରେ ବାବା ଲୋକନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ ପଙ୍କ ଉଝଲା ଏକାଦଶୀରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କଲେ ବାବା ଲୋକନାଥଙ୍କୁ । ପବିତ୍ର ପଙ୍କ ଉଝଲା ଏକାଦଶୀରେ ପୁରୀରେ ବାବା ଲୋକନାଥଙ୍କୁ ହଜାର ହଜାର ଭକ୍ତ ଧାଡିରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ଦର୍ଶନ କରିଛନ୍ତି । ଶ୍ରୀ ଲୋକନାଥ ବର୍ଷ ସାରା କୂଅ ଭିତରେ ପଙ୍କରେ ବୁଡି ରହି ଥାଆନ୍ତି । ବର୍ଷକୁ ଥରେ ଆଜିର ଦିନରେ କୂଅ ଭିତରୁ ସେବକମାନେ ପଙ୍କ କାଢ଼ିବା ସହିତ ବାବାଙ୍କୁ କୂଅ ଭିତରୁ ଉପରକୁ ଆଣିଥାନ୍ତି । ଏହି ପଙ୍କ ଉଝଲା ଏକାଦଶୀରେ ଲକ୍ଷ ଲକ୍ଷ ଭକ୍ତ ଲୋକନାଥଙ୍କୁ ଦର୍ଶନ କରିଥାନ୍ତି । ଦୀର୍ଘ ତିନି ବର୍ଷ ହେଲା ମାହାମାରୀ କରୋନାର ପ୍ରାଦୁର୍ଭାବରେ ଦର୍ଶନ ବନ୍ଦ କରାଯାଏ । ହେଲେ ଚଳିତବର୍ଷ ପ୍ରଶାସନ କୋଭିଡ କଟକଣା କୋହଳ କରିଥିବାରୁ ତିନିବର୍ଷ ପରେ ଭକ୍ତମାନେ ବାବା ଲୋକନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ଖୁସିରେ ବିଭୋର ହେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.