ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବାରଙ୍ଗ, (ନାଗରାଜ ନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୂହଣ ଗ୍ରାମର ଅଶୋକ ଚୌଧୁରୀ ବୋଲି ଜଣା ପଡିଛି । ସେ କଟକ ମ୍ୟୁନିସିପାଲିଟ ରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ପ୍ରତିଦିନ ଭଳି ଆଜି ସକାଳ ୫ଟା ସମୟରେ ଘରୁ ସାଇକେଲ ଯୋଗେ ତାଙ୍କ ଅଫିସ ଯିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଭେଲଭ୍ୟୁ ଛକ ନିକଟ ସୁବାସ ବୋଷ ସେତୁ ଉପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ସମାଜ ସେବୀ ଥିଲେ । ସେ ବିଭିନ୍ନ ଅନୁଷ୍ଠାନ ସଙ୍ଗେ ଜଡ଼ିତ ରହି ବହୁ ଜନହିତକର କାର୍ଯ୍ୟ କରିଥିଲେ । ମୁଣ୍ଡମୁହାଣ ଗ୍ରାମର ମା’ କନକଦୁର୍ଗା ରାମଲୀଳା ସମିତର ସଭାପତିତ୍ୱ କାର୍ଯ୍ୟ କରିବା ସହ ରାମଲୀଲାର ଯେକୌଣସି ଅଭିନୟ କରିବାକୁ ପଡିଲେ ମଧ୍ୟ ତାହା ନିର୍ଭୁଲ ଭାବେ ସମ୍ପାଦନ କରିଥାନ୍ତି । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପରେ ରାମଲୀଲା ସମିତିର ରଂଜିତ ପ୍ରସାଦ ଜେନା ଓ ଅନୁଷ୍ଠାନର ସମସ୍ତ କଳାକାର ସଭ୍ୟ ସହ ବାରଙ୍ଗ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

 

Leave a Reply

Your email address will not be published.