ରାସ୍ତା ନିର୍ମାଣ କଲେ ଅଞ୍ଚଳବାସୀ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଲିଯିବାହାଲ ଠାରୁ ବେଳପଡା ବ୍ଲକ ବୁଦାମୁଣ୍ଡା ପର୍ଯ୍ୟନ୍ତ ୧ କିମି ରାସ୍ତାକୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ରାସ୍ତା ନିର୍ମାଣ କରାଗଲା । ଏହି ମହତ କାର୍ଯ୍ୟରେ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ତଥା ଆର୍ଥିକ ଓ ଶାରୀରିକ ସହଯୋଗ ରହିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ରୋଗୀ, ବେପାରୀ ଯାତାୟାତ କରିଥାନ୍ତି । ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ରାଜନେତାଙ୍କୁ ବାରମ୍ବାର ଅଭିଯୋଗ କରି କିଛି ଲାଭ ନ ମିଳିବାରୁ ଶେଷରେ ଅଞ୍ଚଳବାସୀ ରାସ୍ତା ନିର୍ମାଣ କରିଛନ୍ତି ।

Leave a Reply

Your email address will not be published.