କଟକରେ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ବିରୋଧ କଲା ବିଜେପି

କଟକ, (ନାଗରାଜ ନ୍ୟୁଜ ): କଟକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛି ବିରୋଧି । କଳା ପତକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରିଛି କଟକ ବିଜେପି । ଏହାସହିତ ଅଣ୍ଡା ମାଡ଼ର ଚିତ୍ର ମଧ୍ୟ ସମ୍ନାକୁ ଆସିଛି । ମମିତା ହତ୍ୟାକାଣ୍ଡରେ ଉଦାସୀନତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସବୁ ସ୍ଥାନରେ ସାମାଜିକ ବାଚ୍ଛନ୍ଦ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବର୍ଜନ କରାଯିବା ସହିତ ଗାଡିର ଚକ ଗଡାଇବାକୁ ନ ଦିଆଯିବା ବ୍ୟବସ୍ଥା କରାଯାଇଛି । ଯେଉଁଠିକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି, ସେଠାରେ ବିଜେପି ତରଫରୁ ପ୍ରବଳ ବିରୋଧ କରାଯାଉଛି । ଏହାସହିତ କଳାପତାକା ପ୍ରଦର୍ଶନ ମଧ୍ୟ କରାଯାଇଛି । ତେବେ ସୂଚନା ଅନୁସାରେ ଆଜି କଟକର ଆରିଲୋରେ ଥିବା ରାଜ୍ୟର ସର୍ବ ବୃହତ ଓମ୍ଫେଡ଼ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଆସିବା ସମୟରେ ଏଭଳି ଘଟଣା ଘଟିଛି ।

Leave a Reply

Your email address will not be published.