ମମିତା ମେହେର ହତ୍ୟାକାଣ୍ଡ, ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କର୍ମୀଙ୍କର ବିରୋଧ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ମମିତା ମେହେରଙ୍କ ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଥିବା ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ସବୁ ସ୍ଥାନରେ ଆନ୍ଦୋଳନ ଓ ବିକ୍ଷୋଭ ହୋଇଆସୁଛି । ବହୁ ସ୍ଥାନରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତିର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଆଜି ବାରଙ୍ଗ ବାଙ୍କୀ ବିଜେପି କର୍ମୀ ତ୍ରିଶୁଳିଆ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିବାର ଦେଖିବାକୁ ମିଳିଛି । ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ତୃଷାର କାନ୍ତ ଚକ୍ରବତୀ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚାଙ୍କ ଜେନେରାଲ ସେକ୍ରେଟାରୀ ପ୍ରମୋଦ କୁମାର ବିଷୋୟୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରିଛି ବିରୋଧି ।

ଏହି ବିରୋଧ ପଦର୍ଶନ ବେଳେ ଅନେକ ବିଜେପି କର୍ମୀଙ୍କୁ ପୁଲିସ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବର୍ଜନ କରାଯିବା ବୋଲି ବିଜେପି କିହିଛି । ଏଥିରେ କିଷାନ କୁମାର ଜେନା, ସୈାମ୍ୟରଞ୍ଜନ ନାୟକ ଓ ଆଦିଆ ପାଳଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ରହିଥିଲେ ।

Leave a Reply

Your email address will not be published.