କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା, ଦାବି ପୂରଣ ନେଇ ଚେତାବନୀ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାର ପ୍ରତିବାଦ କରି ଅଭିଭାବକମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ । ପୂର୍ବରୁ ବଦଳି ବାତିଲ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଧାରଣା ଦେଇଥିବା ବେଳେ ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଶ୍ୱର ଛତର ସହ ଅଭିଭାବକମାନେ କହିଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସୁବୋଧ ପୁରୋହିତଙ୍କୁ ଯୋଗାଯୋଗ କଲେ ମଧ୍ୟ ଫୋନ ଉଠାଇ ନଥିବାବେଳେ ଏବିଇଓ ମିନିକେତନ ବରିହାଙ୍କୁ ପଚାରିବାରୁ ଛାତ୍ରଛତ୍ରୀ ସଂଖ୍ୟା ଅନୁପାତରେ ଅଧିକ ଶିକ୍ଷକ ଥିବାରୁ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଜଣେ ଶିକ୍ଷକକୁ ଅନ୍ୟତ୍ର ବଦଳି ହୋଇଥିବା କହିଛନ୍ତି । ସେହିପରି ଅଭିଭାବକଙ୍କ ଦାବୀକୁ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି । ଆଜି ସ୍କୁଲ ସମ୍ମୁଖରେ ତୃତୀୟ ଦିନରେ ପହଂଚିଛି ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କ ଧାରଣା । ଦାବି ପୁରଣ ନହେବାଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବସିରହିବୁ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.