ପୁରୀରେ ଗୁଇଁନ୍ଦା ପାରା

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସଦରବ୍ଲକ ହରେକୃଷ୍ଣପୁର ପଞ୍ଚାୟତ ରାହାଙ୍ଗିରିଆରେ ଧରା ହୋଇଛି ଏକ ପାରା । ପାରା ଗୋଡ଼ରେ ଲାଗିଛି ଚାଇନା ଭାଷା ଲେଖାଥିବା ଏକ ଆଲୁମିନିୟମ ବଳାର ଷ୍ଟିକର । ଅନ୍ୟ ଗୋଡ଼ରେ ହଳଦିଆ ପ୍ଲାଷ୍ଟିକର ବଳାର ଷ୍ଟିକରରେ ଇଂରାଜୀରେ ୩୭ ଲେଖା ଅଛି । ପୁଣି ପାରା ଥଣ୍ଟରେ କିଛି କେମିକାଲ ଲଗାଯାଇଛି । ଏତେଦୂର ଉଡି କିଭଳି ଆସିଲା ଓ ଦୁଇଦିନ ତଳେ ପହଞ୍ଚିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମବାସି । ଗୁପ୍ତଚର ପାଇଁ ପାରାକୁ କାଳେ ଚାଇନା ବ୍ୟବହାର କରୁଥିବ ତାହକୁ ନେଇ ପୋଲିସକୁ ମଧ୍ୟ ଖବର ଦିଆଯାଇଛି ।

Leave a Reply

Your email address will not be published.