ପୁରୀରେ ୫ ବର୍ଷର ଝିଅକୁ ଦୁଷ୍କର୍ମ ଘଟଣା, ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଟାଉନଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଲେନ୍ ରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ଦୁଇଦିନ ପୂରିବାକୁ ଯାଉଛି । ହେଲେ ପୋଲିସ ହାତ ଖାଲି । ଯାହାକୁ ନେଇ ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ଯୁବ ଓ ମହିଳା ମୋର୍ଚ୍ଚା । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ ଅଭିଯୁକ୍ତ ମହେଶ୍ ମହାନ୍ତି ଏବେବି ଫେରାର ଥିବାବେଳେ ପୋଲିସ ୪ଟି ଟିମ୍ ଗଠନ କରି ତାକୁ ଖୋଜାଖୋଜି ଜାରି ରଖିଛି । ତେବେ ପିଡୀତା ନାବାଳିକାର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ସୂଚନା ରହିଛି । ତେବେ ଘଟଣାକୁ ଅତି ଗୁରୁତର ସହ ନିଆଯାଇଥିବା ଗତକାଲି ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

Leave a Reply

Your email address will not be published.