ପୁରୀ ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀଜଗନ୍ନାଥ ସଂସ୍କୃତି କିଭଳି ସାରା ବିଶ୍ୱରେ ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ପ୍ରଥମ ପର୍ୟ୍ୟାୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସଂସ୍କୃତି ପ୍ରଚାରକ, ବୁଦ୍ଧିଜୀବୀ ଓ ସେବାୟତଙ୍କ ମତାମତ ପୁରୀ ଜିଲ୍ଳାପାଳ ନେଇଛନ୍ତି । ବିଶେଷ କରି ମହାପ୍ରଭୁ ସମସ୍ତ ଲୀଳା କ୍ଷେତ୍ର ଗୁଡିକ ବିକାଶ ସମେତ ଏହାର ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକତା ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକମାନେ ଜିଲ୍ଲାପାଳଙ୍କୁ ମତାମତ ଦେଇଛନ୍ତି । ଭକ୍ତଙ୍କ ପାଇଁ ଭ୍ରମଣ ପ୍ୟାକେଜ ବ୍ୟବସ୍ଥା କରାଯିବାକୁ ମତ ପ୍ରକାଶ ପାଇଛି । ସେହିପରି ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ଦୈନିକ ପ୍ରବଚନ କାର୍ୟ୍ୟକ୍ରମ ନେଇ ମଧ୍ୟ ମତ ପ୍ରକାଶ ପାଇଛି ।

ସେହିପରି ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ଭାଷାର ଏକ୍ସପର୍ଟଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଉଁ ଉଦ୍ୟମ କରିବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ମତାମତ ଦିଆଯାଇଛି । ସେହିପରି ସ୍ୱତନ୍ତ୍ର ଏକ ଟିଭି ଚ୍ୟାନେଲ ଜରିଆରେ ମହାପ୍ରଭୁଙ୍କ ରୀତିନୀତି ଓ ସଂସ୍କୃତି ବିଷୟରେ ପ୍ରଚାର ପ୍ରସାର କରାଯିବା ନେଇ ବ୍ୟବସ୍ଥା ହେବ ଉଚିତ ବୋଲି ମତ ପ୍ରକାଶ ପାଇଛି । ତେବେ ପୁରୀ ଜିଲ୍ଲାପାଳ ଏହାକୁ ଅତି ଗୁରୁତ୍ୱର ସହ ନେଇ ପର୍ୟ୍ୟାୟ କ୍ରମେ ବିଭିନ୍ନ ବ୍ୟବସ୍ଥା କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ କାର୍ୟ୍ୟ କରାଯିବ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଛନ୍ତି । ସେପଟେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published.