ପୁରୀରେ ଭାରତ ବନ୍ଦ ସଫଳ

ପୁରୀ, (ନାଗରାଜ ନ୍ୟୁଜ): କେନ୍ଦ୍ର ସରକାର ଙ୍କ ଜନ ବିରୋଧୀ ନୀତି , ଅହେତୁକ ଦରଦାମ ବୃଦ୍ଧି , ଶ୍ରମିକ ବିରୋଧୀ ଆଇନ , ରାଷ୍ଟ୍ରୟତ ଉଦ୍ୟୋଗ କୁ ଘରୋଇ କରଣ କରିବା ପ୍ରତିବାଦ ରେ କେନ୍ଦ୍ର ସରକାରଙ୍କ ବିରୋଧ ରେ ଆନ୍ଦୋଳନ କୁ ଓଲ୍ହାଇଚନ୍ତି ସମସ୍ତ ବାମ ଦଳ ଓ ଶ୍ରମିକ ସଂଗଠନ । ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ପୁରୀ ରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ବାମ ଦଳ ପକ୍ଷରୁ ପୁରୀ ରେଲୱେ ଷ୍ଟେସନ , କଚେରୀ ଛକ ରେ ବିକ୍ଷୋଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବିରୋଧ ରେ ସମସ୍ତ ଜନସାଧାରଣ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିତି ବିରୋଧରେ ତୀଵ୍ର ପ୍ରତିବାଦ କରିବାକୁ ଆଜି ଆହ୍ୱାନ ଦିଆଯାଇଛି । ଏହି ଆନ୍ଦୋଳନ କୁ ସମର୍ଥନ କରି ବିଭିନ୍ନ ବ୍ୟାଙ୍କ , ପୋଷ୍ଟ ଅଫିସ ର କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଇଛି। ଫଳରେ ପୁରୀ ରେ ଆଜି ବ୍ୟାଙ୍କ ସେବା , ଡାକ ସେବା ବନ୍ଦ ରହିଛି ।

Leave a Reply

Your email address will not be published.