ପିଟିଏ ଗଠନ ନେଇ ଅନିୟମିତତା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ସ୍ଥିତ ଜାତୀୟ ବିଦ୍ୟା ନିକେତନରେ ପିଟିଏ ଗଠନ ନେଇ ଅନିୟମିତତା ଦେଖାଦେଇଛି । ବିଦ୍ୟାଳୟରେ ୫-୬ ଗୋଟି ଗ୍ରାମର ପାଖାପାଖି ଚାରି ପଞ୍ଚାୟତର ୩୨୭ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲେ କେବଳ ମହୁଲପାଳ ଗ୍ରାମର ୧୨ ଜଣ ଅବିଭାବକଙ୍କ ନାମ କମିଟିରେ ରହିଥିବାରୁ ଅନ୍ୟ ଅବିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାରୁ ପ୍ରକାଶଯେ, ଭୁବନ ବ୍ଲକର ଏକ ଅଗ୍ରଣୀ ବିଦ୍ୟାଳୟ ହେଉଛି ମହୁଲପାଳ ସ୍ଥିତ ଜାତୀୟ ବିଦ୍ୟାନିକେତନ । କୋଭିଡ କଟକଣା ଯୋଗୁ ବର୍ତ୍ତମାନ ଷଷ୍ଟରୁ ୧୦ମ ପର୍ୟ୍ୟନ୍ତ ପାଠ ପଢାଯାଉଛି । ସମୁଦାୟ ୩୨୭ଜଣ ବିଦ୍ୟାର୍ଥୀ ଏଠାରେ ପାଠ ପଢୁଛନ୍ତି । ସେମାନଙ୍କର ୨୯୩ଜଣ ଅବିଭାବକ ଅଛନ୍ତି । ଗତ ମାସରେ ପ୍ରଥମ ବୈଠକରେ ମାତ୍ର ୪୩ଜଣ ଉପସ୍ଥିତି ରହିବାରୁ ବୈଠକ ବାତିଲ ହୋଇଥିଲା । ଦ୍ୱିତୀୟ ବୈଠକରେ ୮୦ଜଣ ଉପସ୍ଥିତି ଥିଲେ । ପ୍ରଧାନଶିକ୍ଷକ ପରିଚାଳନା କମିଟି ଗଠନ କରିବାର କିଛି ଘଣ୍ଟା ଭିତରେ ବୈଠକରେ ଉପସ୍ଥିତ ଥିବା ଅନେକ ପ୍ରଭାବଶାଳୀ ଅବିଭାବକ ଜିଲ୍ଲା ଶିକ୍ଷାଅଧିକାରିଣୀଙ୍କୁ ଅଭିଯୋଗ କରିଥିଲେ କି କୋରମ ବିନା ହୋଇଛି ବୈଠକ । ହରଡ଼ଘଣାରେ ପଡ଼ିଗଲେ ପ୍ରଧାନ ଶିକ୍ଷକ ଅଜୟ ଭୂୟାଁ ।

ସେ ପୁନଃ ଚିଠି କରି ତୃତୀୟ ବୈଠକ ଅସ୍ଥାୟୀ ସଭାପତି ଗଣେଶ୍ଵର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଲା । ୧୨୨ଜଣ ଅବିଭାବକ ଉପସ୍ଥିତ ଥିଲେ । ସେହି ସମୟରେ ମହୁଲପାଳରୁ ୮ଜଣ ଓ ୪ଜଣ ପଡୋଶୀ ଗ୍ରାମରୁ ରହିବାକୁ ନିଷ୍ପତ୍ତି ହେଲା । ଏଠାରୁ ଦ୍ୱନ୍ଦ୍ୱ ଆରମ୍ଭ ହେଲା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ନିର୍ଦେଶରେ ପ୍ରଧାନ ଶିକ୍ଷକ କରୁଥିଲେ ପିଟିଏ । ସେ ଜଣେ ବାହାର ଲୋକ ହୋଇଥିବାରୁ ଅବିଭାବକମାନଙ୍କୁ ନାଲି ଆଖି ଦେଖାଇ ବାହାର ଗ୍ରାମରୁ ଆସିଥିବା ଅବିଭାବକମାନେ ବୈଠକରେ ନ ରହି ଚାଲିଗଲେ । ଏହାର ସୁଯୋଗ ନେଇ ମହୁଲପାଳ ଗ୍ରାମରୁ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ କମିଟି ଫୋରମରେ ରଖିଥିଲେ ପ୍ରଧାନଶିକ୍ଷକ । ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ -ଅବିଭାବକ ବୈଠକରେ ବାହାର ଲୋକଙ୍କୁ ବସିବା ପାଇଁ ପ୍ରଧାନଶିକ୍ଷକ ଅନୁମତି ଦେଲେ କିପରି ? ଜିଲ୍ଲା ଶିକ୍ଷାଅଧିକାରିଣୀ ପ୍ରକୃତ ଅନୁସନ୍ଧାନ କଲେ ଏହାର ଅସଲ ଗୁମର ଖୋଲିବ ବୋଲି ଅବିଭାବକ ମାନେ କହିଛନ୍ତି ।

Leave a Reply

Your email address will not be published.