ନୂଆବର୍ଷରେ ଦେଓଝର ପିକନିକ ହେଲା କାଳ 

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଥିବା ଜଳପ୍ରପାତ ଦିଅଁଝରକୁ ବୁଲିବାକୁ ଆସି ଜିନ୍ଦଲ କର୍ମଚାରୀଙ୍କ ମୃତ୍ୟୁ । ଜିନ୍ଦଲ କର୍ମଚାରୀ ମୃତ ସୁରେନ୍ଦ୍ର କୁମାରଙ୍କୁ ନୂଆବର୍ଷ ପାଳନ କରିବା ମହଙ୍ଗା ପଡିଲା। ଜିନ୍ଦଲ ଟ୍ରାଇକନ କମ୍ପାନୀର ବିଦ୍ୟୁତ ବିଭାଗର କର୍ମଚାରୀ ସୁରେନ୍ଦ୍ର ବୟସ ୪୧ ବର୍ଷ ନବ ବର୍ଷ ପାଳନ କରିବାକୁ ଆସି ନରସିଂହପୁର ଅଞ୍ଚଳରେ ଥିବା ଜଳପ୍ରପାତ ଦିଅଁଝରକୁ ଯିବା ରାସ୍ତାରେ ରେ ମୃତ୍ୟୁ ଘଟିଛି । ମୃତକ ସୁରେନ୍ଦ୍ର ହେଲେ ଛତିଶଗଡ଼ ଅଞ୍ଚଳର।ସୂଚନା ଅନୁଯାୟୀ ମୃତ ସୁରେନ୍ଦ୍ର ଓ ତାଙ୍କ କମ୍ପାନୀର ଅନ୍ୟ ୧୩ ଜଣ ସାଙ୍ଗ ଏକ ବସ ଯୋଗେ କଟକ ଜିଲ୍ଲା ନରସିଂହପୁର ରେ ଥିବା ଦିଅଁଝର ଜଳପ୍ରପାତ କୁ ବୁଲିବାକୁ ଆସିଥିବା ବେଳେ ସକାଳୁ ସମସ୍ତେ ଚମ୍ପେଶ୍ୱର ନିକଟରେ ଗାଧୋଇବା ପାଇଁ ବସରୁ ଓଲ୍ହାଇଥିଲେ।ହେଲେ ସୁରେନ୍ଦ୍ର କିନ୍ତୁ ଓହ୍ଲାଇ ନଥିଲେ । ଅନ୍ୟ ସାଙ୍ଗ ମାନେ ସୁରେନ୍ଦ୍ରକୁ ଡାକିବାରୁ ସେ ଉଠି ନଥିଲେ।ପରେ ତାଙ୍କର ସାଙ୍ଗ ମାନେ ସୁରେନ୍ଦ୍ର ଙ୍କୁ ସ୍ଥାନୀୟ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ଙ୍କ ଶବ କାନପୁର ମେଡ଼ିକାଲରେ ରହିଥିବା ବେଳେ କାନପୁର ପୋଲିସର ତଦନ୍ତ ଜାରି ରଖିଛି। ତେବେ ସୁରେନ୍ଦ୍ର ଙ୍କ ମୃତ୍ୟୁ କେମିତି ହେଲା ତାହାର ପାରିପାର୍ଶ୍ବିକ ତଦନ୍ତ କାନପୁର ପୋଲିସ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ କଲାପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବା କଥା ଡାକ୍ତର କହିଛନ୍ତି ।

Leave a Reply

Your email address will not be published.