ଖପ୍ରାଖୋଲରେ ମିନିପାର୍କ ଏବଂ ସେଲ୍ଫି ପଏଣ୍ଟ ଉଦଘାଟିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟ ଠାରୁ ଅନତି ଦୂର ରାସ୍ତା କଡ଼ରେ ନିର୍ମିତ ମିନିପାର୍କ ଏବଂ ସେଲ୍ଫି ପଏଣ୍ଟ ମଙ୍ଗଳବାର ଦିନ ଉଦଘାଟନ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଏସପି ନୀତିନ କୁଶଲକର,ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣମାସି ବରିହା, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଓ ସ୍ଥାନୀୟ ସରପଞ୍ଚ ଉପେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ସୋମ୍ୟକିଶୋର ଜୟପୁରିଆ, ଯନ୍ତ୍ରୀ ରାଜକିଶୋର ନାଏକ, ଜିପିଓ ସୁଶାନ୍ତ ପାଣି, ବାହୁ ପୁରୋହିତ, ସତ୍ୟାନନ୍ଦ ସେନ୍ଦ୍ରିଆ ଉପସ୍ଥିତ ଥିଲେ ।

Leave a Reply

Your email address will not be published.