ଜାଗର ଅହୋରାତ୍ର ସାଂସ୍କୃତିକ ସମାରୋହ ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲୋକନାଥ ମନ୍ଦିର ନିକଟସ୍ଥ ଜାଗରପଦା ଠାରେ ଶ୍ରୀ ଲୋକନାଥ ଦେବ ସାସ୍କୃତିକ ସଂସଦ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଜାଗର ଅହୋରାତ୍ର ସାସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଉଦଘାଟନ କରିଥିଲେ।ଆମ ସଂସ୍କୃତି ରେ ଜାଗରର ମହତ୍ତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ।ଶ୍ରଦ୍ଧାଳୁ ମାନେ ନିଷ୍ଠା ଓ ଭକ୍ତି ର ସହ ପୁରା ରାତି ଉଜାଗର ରହି ପ୍ରଭୁ ଙ୍କ ପ୍ରତି ସମର୍ପଣ ଭାବ ରଖିଥାନ୍ତି।ଏହି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସେମାନଙ୍କ ମନରେ ଅଧିକ ଭକ୍ତି ଭାବ ସୃଷ୍ଟି କରିବ ବୋଲି ଅତିଥି ମାନେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସାସ୍କୃତିକ ସଂସଦର ଉପସଭାପତି ରାଜେଶ ମିଶ୍ର, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଶ୍ରୀ ଲୋକନାଥ ଦେବ ସାଂସ୍କୃତିକ ସଂସଦର ସମ୍ପାଦକ ରବିନାରାୟଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଦଣ୍ଡପାଣି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ପରେ ସାସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.