ମହାଶିବରାତ୍ରି ଜାଗର ଯାତ୍ରାରେ ଶିବମୟ କପିଳାଶ ପୀଠ ଦୀପ ଜାଳିଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପବିତ୍ର ଜାଗର ଯାତ୍ରା ପାଇଁ ଚଳଚଂଚଳ ହୋଇ ଉଠିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକସ୍ତ କପିଳାଶ ପୀଠ ମହା ଶିବରାତ୍ରି ପାଳନ ଅବସରରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସକାଳୁ ସଞ୍ଜ ଯାଏ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ଦର୍ଶନ କରିଥିବା ବେଳେ ସେହିପରି ଲକ୍ଷାଧିକ ଭକ୍ତ ଜୀଉ ଙ୍କ ନିକଟରେ ଦୀପ ଜାଳିଥିଲେ ସେଥିପାଇଁ ସକାଳୁ ବିଳମ୍ବିତ ରାତିପର୍ଯ୍ୟନ୍ତ ପୀଠକୁ ଶ୍ରଦ୍ଧାଳୁ ଙ୍କର ଧାଡ଼ି ଲମ୍ବି ଥିଲା ପୂଜାନୀତି ଅନୁସାରେ ଆଜି ପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କର ଷୋଡଶ ଉପଚାର ପୂଜା ପାରମ୍ପରିକ ନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ସେଥିପାଇଁ ଭୋର ସମୟରୁ ଠାକୁଙ୍କର ମଙ୍ଗଳ ଆଳତି ପରେ ସୂର୍ଯ୍ୟ ପୂଜା ବଲ୍ଳବ ଭୋଗ ସକାଳ ଧୂପ ଲାଗି ପରେ ମଧ୍ୟାନରେ ଅନ୍ନ ପ୍ରସାଦ ଭୋଗ ଲାଗି ପରେ ଅପରାହ୍ନରେ ଖେଚୁଡ଼ି ଅନ୍ନପୁଳିରେ ଦିପହର ଧୂପ କରାଯାଇଥିଲା ସନ୍ଧ୍ୟାର ଆଳତି ପରେ ଠାକୁରଙ୍କର ଆରମ୍ଭ ହୋଇଥିଲା ଷୋଡଶଉପଚାର ପୂଜା ଅର୍ଚନା ମନ୍ଦିରର ପୂଜାପଣ୍ଡା ରାଜପୁରୋଧା ପୀଠ ପୁରୋଧା ମିଳିମିଶି ଷୋଡଶ ଉପଚାର ପୂଜା କରିଥିଲେ ଶ୍ରୀ ଜୀଉ ଙ୍କର ଘର୍ଷଣ ନୀତି ସମ୍ପନ୍ନ ପରେ ମାଘ ସ୍ନାନ ନୀତି ସେବାୟତ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା ଏହାପରେ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ନାଗଭରଣ ବେଶ କରାଯାଇଥିଲା ରାଜ ପୁରୋଧା ଙ୍କ ଦ୍ଵାରା ପଞ୍ଚବକ୍ର ପୂଜା ସମ୍ପନ୍ନ ହୋଇଥିଲା ସେଥିପାଇଁ ଶ୍ରୀ ଜୀଉ ଙ୍କ ଠାରେ ସୁନାର ଛଡି ମୁଣ୍ଡାମାଳ ପଦ୍ମ ମାଳ ଓ ନାଗଲାଗି କରାଯାଇଥିଲା ସେହିପରି ସୁନା ଖଡୁ ବାହୁଟି ଆଦି ସ୍ୱର୍ଣ୍ଣ ଅଳଙ୍କାର ରେ ବିଭୂଷିତ କରାଯାଇ ମା ପାର୍ବତୀ ଙ୍କର ରାଜ ରାଜେଶ୍ୱରୀ ବେଶ କରାଯାଇଥିଲା ପୂର୍ବ ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ଠାକୁରଙ୍କର ମହାଦୀପ ଉଠିଥିଲା ଏହି ସମୟରେ ଶିବମୟ ହୋଇ ଉଠିଥିଲି କପିଳାଶ ପୀଠ ସମସ୍ତ ମୁହଁରେ ହର ହର ମହାଦେବ ଧ୍ୱନି ଗୁଞ୍ଜରିତ ହୋଇଥିଲା ସମଗ୍ର ପୀଠସ୍ତଲ ଶେଷରେ ହରି ହର ଙ୍କର ଭେଟ ନୀତି ଅନୁସାରେ ସମ୍ପର୍ଣ୍ଣ ହୋଇଛି ଉକ୍ତ ଭିଡକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦ ବସ୍ତ କରାଯାଇଛି15ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ଢେଙ୍କାନାଳ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ଙ୍କର ପ୍ରତ୍ୟକ ତତୁବଧାନରେ2ଜଣ ଅତିରିକ୍ତ ଏସ ପି 6ଜଣ ଡି ଏସପି13ଜଣ ଇନିସ୍ପେକ୍ଟର 90ଜଣ ଏସ ଆଇ/ଏ ଏସ ଆଇ 100ଜଣ କନେଷ୍ଟବଳ 8ଜଣ ଟ୍ରାଫିକ କନେଷ୍ଟବଳ 150ଜଣ ହୋମଗାର୍ଡ ଓ15 ପ୍ଲାଟନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି କାଇମାଟି ଠାରୁ ଜୋରନ୍ଦା ବିଧାରପୁର ଗଁଦିଆ ଷଡଙ୍ଗୀ ଓ ମନ୍ଦାର ପର୍ଯ୍ୟନ୍ତ ପୋଲିସ ପେଟ୍ରୋଲିଂ କଡା କୁଡି କରାଯାଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.