‘ଜୱାଦ’ ଛଡାଇନେଲା ଚାଷୀ ମୁହଁର ହସ, ବଢୁଛି ଦୁର୍ଦ୍ଦଶା

ବାଲେଶ୍ଵର, (ନାଗରାଜ ନ୍ୟୁଜ): ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ବସ୍ତା ଅଞ୍ଚଳରେ ଲଗାତାର ୩ ଦିନ ଧରି ବର୍ଷା ହେବାଫଳରେ ପାଚିଲା ଧାନ କ୍ଷେତରେ ପାଣିର ଲହଡି ଖେଳୁଛି । କେଉଁଠି ଧାନକଟା ଯାଇଥିବା କ୍ଷେତରେ ଧାନ ଗଜା ହେବାର ଦେଖିବାକୁ ମିଳିଛି । ବିଶେଷକରି ବସ୍ତା ବ୍ଳକ ସଦାନନ୍ଦପୁର, ବ୍ରାହ୍ମଣଦା, ବରୁଣଗଡିଆ, କୁଡିଆ, ଦରଡା, ମୁକୁଳିସ, ବାହାର୍ଦ୍ଦା, ବାସୁଚକୁରି, ମଥାନୀ, ଦୁଧହଂସା, ଗଡପଦା, ପତ୍ରଝଡା, ନଟାକଟା ଓ ସନ୍ତୋଷପୁର ପ୍ରଭୃତି ପଞ୍ଚାୟତରେ ଥିବା ଚାଷୀମାନଙ୍କର ପାଚିଲା ଧାନ ଫସଲ ଅମଳ ସମୟରେ ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧା ସୃଷ୍ଟି ହୋଇଛି ।

ଚାଷୀ ଋଣ ଆଣି ଚାଷ କାମ କରିଥିଲେ । ଚାଷ ଭଲ ହେଲେ ନିଜର ଗୁଜୁରାଣ ପାଇଁ ରଖି ବଳକା ଧାନ ବିକ୍ରିକରି ରୁଣ ପରିଶୋଧ କରିଦେବେ ହେଲେ ସବୁ ଆଶା ଆଶାରେ ରହିଗଲା । ଧାନପାଚିବା ଆରମ୍ଭରୁ ‘ଜୱାଦ’, ଚକଡା ପୋକ କେତେକ ସ୍ଥାନରେ ଫସଲ ନଷ୍ଟ କରୁଥିବାବେଳେ ଏବେ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ଚାଷୀମାନଙ୍କର ମେରୁଦଣ୍ତ ଭାଙ୍ଗି ଦେଇଛି ।

ଏନେଇ ରତିକାନ୍ତ ଯେନା, ମୃତ୍ୟୁଞ୍ଜୟ ସାହୁ, ସୁଭେନ୍ଦୁ ଦାସ, ମଧୁସୁଦନଦାସ, ଅଭୟସିଂ, ପଞ୍ଚାନନ ସିଂ, ଦିପକ ବେହେରା ଓ ରବିନ୍ଦ୍ର ବେହେରା ସଞ୍ଜୟ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି କି ଯଥାଶିଘ୍ର ସରଜମିନ ତଦନ୍ତକରି କ୍ଷୟକ୍ଷତି ହୋଇଥିବା ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ବ୍ୟାଙ୍କ ଓ ସେବା ସମବାୟ ଋଣ ଛାଡ ପାଇଁ ଚାଷୀମାନେ ଦାବିକରିଛନ୍ତି ।

Leave a Reply

Your email address will not be published.