ରୋଜଗାର ମେଳା ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ପୂର୍ବତଟ ରେଳବାଇ ସଂସ୍ଥା ପକ୍ଷରୁ ଆଜି କଟକ ରେଳ ଷ୍ଟେସନ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମ ରୋଜଗାର ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ସମଗ୍ର ଦେଶରେ 71000ରୁ ଉର୍ଦ୍ଧ୍ବ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। କଟକ ରେଳବାଇ ଷ୍ଟେସନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ 204ଜଣଙ୍କ ମଧ୍ୟରୁ ରେଳବାଇର 192 ଜଣଙ୍କୁ ଡାକ ବିଭାଗରେ 12 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଲେ କେନ୍ଦ୍ରରେ ମୋଦି ସରକାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି।ଆଗାମୀ ଦିନରେ ଦେଶରେ ଦଶ ଲକ୍ଷ ରୁ ଉର୍ଦ୍ଧ୍ବ ନିଯୁକ୍ତି ଦିଆଯିବ। କେନ୍ଦ୍ର ସରକାର ଏହା ନିଷ୍ପତି ନେଇଛି। ଆଜି ଦେଶର 45 ଟି କେନ୍ଦ୍ରରେ 71000 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସାଂସଦ ଭାତୃହରି ମହତାବ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଲେ ଶିକ୍ଷାଗତ ଯୋଗ୍ୟତା କୁ ଭିତ୍ତି କରି ନିଯୁକ୍ତି ଦିଆ ଯାଉ ଯେପରି ଜାଲ ସାର୍ଟିଫିକେଟ ପ୍ରତି ସତର୍କ ଦୃଷ୍ଟି ଦିଆଯାଉ। କଟକ ଜିଲ୍ଲା ରେ ରେଳ ସଂସ୍ଥାର ବିକାଶ ଘଟିଛି।ଆଗାମୀ ଦିନରେ କଟକ ଜିଲ୍ଲା ର ଆହୁରି ବିକାଶ ହେବବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଳ ବିଭାଗର ଡି. ଆର. ଏମ. ରୀଙ୍କେଶ ରାୟ, ପୋଷ୍ଟାଲ୍ ସୁପରି ଟେଡେଣ୍ଟ ସତ୍ୟବାଦୀ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.