କଟକ ସହୀଦ ଭବନଠାରେ ଆୟୋଜିତ ରୋଜଗାର ମେଳା

କଟକ,(ନାଗରାଜ ନ୍ୟୁଜ): ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇବାକୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ପରାମର୍ଶ ଦେଇଛନ୍ତି ଭାରତର ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ରୋଜଗାର ମେଳା ଅବସରରେ କଟକ ସହୀଦ ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟ କ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ସମୃଦ୍ଧ ଭାରତ ଗଠନ ଦିଗରେ ସେବା ଜାରି ରଖିବାକୁ ବିଭିନ୍ନ ବିଭାଗର ନବ ନିଯୁକ୍ତ ଯୁବକ ଯୁବତୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ରୁ ଦୂରେଇ ରହି ଲୋକମାନଙ୍କୁ ଠିକ୍ ସମୟରେ ସେବା ଯୋଗାଇ ଦେବାକୁ ପ୍ରଧାନ ମନ୍ତ୍ରୀ ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ଯୁବ ବର୍ଗ ପାଳନ କରିବା କୁ ସେ ଆହ୍ଵାନ ଦେଇଛନ୍ତି। କଟକ ଠାରେ ଆୟୋଜିତ ଏହି ନିଯୁକ୍ତି ମେଳାରେ ରେଳବାଇ,ଡାକ ବିଭାଗ,କର୍ମଚାରି ଭବିଷ୍ୟ ନିଧୀ କାର୍ଯ୍ୟାଳୟ ଏବଂ ସି ଆର ପି ଏଫ୍ ରେ ଯୋଗଦାନ କରିବାକୁ105 ଜଣ ପ୍ରାର୍ଥୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଟକ ବାରବାଟି ବିଧାୟକ ମହମ୍ମଦ ମକିମ୍,ପୂର୍ବତଟ ରେଳବାଇ ଖୋର୍ଦ୍ଧା ରୋଡ଼ ଡିଭିଜନ ଡି ଆର ଏମ ରୀଙ୍କେସ୍ ରାୟ,ସମେତ ଡାକ ବିଭାଗ ଓ କର୍ମ ଚାରୀ ଭବିଷ୍ୟ ନିଧି ସଂସ୍ଥାର ଦୁଇ ବରିଷ୍ଠ ଅଧିକାରୀ ମଞ୍ଚାସିନ ଥିଲେ।

Leave a Reply

Your email address will not be published.