ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଖଇରା,(ନାଗରାଜ ନ୍ୟୁଜ): ଟ୍ରକ ଧକ୍କାରେ କଲେଜ ଛାତ୍ରୀ ଙ୍କର ମୃତ୍ୟୁ ।ବାଲେଶ୍ଵର ଜିଲ୍ଲା ଔପଦା ଥାନା ମଇଁସାଡାଲି ଗ୍ରାମର ଧନଞ୍ଜୟ ପାତ୍ରଙ୍କର ଝିଅ କରିସ୍ମା ପାତ୍ର ଯୁକ୍ତ 2 ଦ୍ୱିତୀୟ ବର୍ଷର ଔପଦା କଲେଜରେ ଛାତ୍ରୀ ଅଟନ୍ତି । ଆଜି କଲେଜ ଆସୁଥିବା ବେଳେ ଔପଦା ଢ଼ିପୁରା ଛକ ନିକଟରେ ଟ୍ରକ ଧକ୍କା ମାରିଥିଲା ।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ସୋର ମେଡ଼ିକାଲ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଔପଦା ପୋଲିସ ଟ୍ରକକୁ ଜବଦ ରଖିଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ କଲେଜ ଛାତ୍ରଛାତ୍ରୀ ମଧ୍ୟରେ ଚାପା ଉତେଜନା ଦେଖାଦେଇଛି ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.