ମେଡିକାଲ ଶିକ୍ଷକ ସଂଘର ସାମ୍ବାଦିକ ସମ୍ମିଳନୀ

କଟକ,(ନାଗରାଜ ନ୍ୟୁଜ): ରାଜ୍ୟବାସୀଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ଏବଂ ଡାକ୍ତରୀ ପାଠ୍ୟକ୍ରମର ବିକାଶ ପାଇଁ ଓଡ଼ିଶା ମେଡିକାଲ ଶିକ୍ଷକ ସଂଘ ସଂକଳ୍ପ ବଦ୍ଧ। ସରକାର ଏବଂ ସଂଘ ମଧ୍ୟରେ ସମନ୍ଵୟ ସ୍ଥାପନ କରାଗଲେ ମେଡିକାଲ ଶିକ୍ଷକ ସଂଘର ଅନେକ ସମସ୍ୟାର ସମାଧାନ ହୋଇପାରିବ।କଟକ ବଡ ଡାକ୍ତରଖାନା ବିଶ୍ଵ ସ୍ତରୀୟ ଭାବରେ ପରିଚିତ ହେବାକୁ ଯାଉଛି।ସଂଘର ଏଥି ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି ଏବଂ ମେଡିକାଲ ଶିକ୍ଷକ ଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। ରାଜ୍ୟରେ ବର୍ତ୍ତମାନ ୧୦ ଟି ମେଡିକାଲ କଲେଜ ସ୍ଥାପନ କରାଯାଇଛି।ଏହି ୧୦ ଟି କଲେଜରେ ୪୦୦ ଟି ଚିକିତ୍ସକ ପଦ ଖାଲି ପଡ଼ିଛି। ନିକଟରେ ଓ ପି ଏସ ସି ପକ୍ଷରୁ ୩୦୦ ଟି ଚିକିତ୍ସକ ମାନଙ୍କୁ ନିଯୁକ୍ତି ମିଳିଛି।ଆହୁରି ୪୦୦ ନିଯୁକ୍ତିର ଆବଶ୍ୟକତା ରହିଛି। ଚିକିତ୍ସକ ଓ ଶିକ୍ଷକ। ମାନଙ୍କର ପଦୋର୍ଣ୍ଣତି ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକତା ରହିଛି ।

ସରକାର ଏବଂ ଚିକିତ୍ସକ ସଂଘ ମନ୍ଧରେ ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିବ ବୋଲି ମେଡିକାଲ ଶିକ୍ଷକ ସଂଘର ସଭାପତି ଡକ୍ଟର ଜୟନ୍ତ କୁମାର ପଣ୍ଡା ଏବଂ ସାଧାରଣ ସମ୍ପାଦକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସଂଘର ସଭାପତି ଡକ୍ଟର ପଣ୍ଡା,ଏବଂ ସମ୍ପାଦକ ଡକ୍ଟର ଦୀପକ ରଂଜନ ଦାସ ସାମ୍ବାଦିକ ମାନଙ୍କୁ ଚିକିତ୍ସା ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତି ଦୁଇ ବର୍ଷ ଅନ୍ତରରେ ଶିକ୍ଷକ ସଂଘର କର୍ମକର୍ତ୍ତା ମାନଙ୍କର ନିର୍ବାଚନ ଅନୁଷ୍ଠିତ ହୁଏ।ରାଜ୍ୟ ର ୧୪୦୦ ଚିକିତ୍ସକ ଏଥିରେ ସଦସ୍ୟ ଅଛନ୍ତି। ଏହି ସମ୍ମିଳନୀରେ ଡକ୍ଟର ସୌମ୍ୟରଞ୍ଜନ ନାୟକ,ଡକ୍ଟର ମିହିର ରଞ୍ଜନ ନାୟକ, ପ୍ରଫେସର୍ ଡକ୍ଟର ସାରଦା ପ୍ରସନ୍ନ ସ୍ଵାଇଁ, ଡକ୍ଟର ମନୋରଞ୍ଜନ ଦାସ, ପୂର୍ବତନ ସଭାପତି ଡକ୍ଟର ଆଶିଷ ରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.