ମଧୁପୁରୁ ଗ୍ରାମପଞ୍ଚାୟତରେ କବିନ୍ଦ୍ର ସିଂ ଓ ପିଙ୍କି ଦାସଙ୍କ ପ୍ରଚାର

ବାରଙ୍ଗ, (ନାଗରାଜ ନ୍ୟୁଜ):ଏବେ ସାରା ରାଜ୍ୟରେ ଲାଗି ରହିଛି ପଞ୍ଚାୟତ ନିର୍ବାଚନର ଉଷ୍ମତା । କଟକ ଜିଲ୍ଲାର ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ମଧୁପୁରୁ ଗ୍ରାମପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ସମାଜସେବୀ କବିନ୍ଦ୍ର ସିଂ ଏବଂ ମଧୁପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ପିଙ୍କି ଦାସ ଗ୍ରାମର ଉନ୍ନତି କରିବା ଆଶରେ ନିର୍ବାଚନ ଲଢୁଛନ୍ତି । ସମାଜସେବୀ କବିନ୍ଦ୍ର ସିଂ  ବର୍ଷ ତମାମ ଲୋକଙ୍କ ସେବା କରି ଆସୁଛନ୍ତି ସେହିପରି ପିଙ୍କି ଦାସ ମଧ୍ୟ ସଚ୍ଚୋଟ ଏବଂ ପରୋପକାରୀ । ମଧୁପୁର ଗ୍ରାମପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି ତାଙ୍କର ଲକ୍ଷ୍ୟ । ତାଙ୍କର ଆଶା ରହିଛି ପୂର୍ବ ଥର ଭଳି ଏଥର ମଧ୍ୟ ପଞ୍ଚାୟତବାସୀ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ନିଜ ମାଟି ନିଜ ପଞ୍ଚାୟତର ଉନ୍ନତି ପ୍ରଗତି ଦିଗରେ ନିଜର ମୂଲ୍ୟବାନ ମତ ସାବ୍ୟସ୍ତ କରିବାକୁ ଭୁଲିବେ ନାହିଁ । ତେଣୁ କବିନ୍ଦ୍ର ସିଂ ଓ ପିଙ୍କି ଦାସ ନେତୃତ୍ୱ ନେଲେ ଗ୍ରାମର ଉନ୍ନତ୍ତି ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published.