ସମସ୍ୟା ଘେରରେ କଳାପଥର ପଞ୍ଚାୟତ

ବାଙ୍କୀ, (ନାଗରାଜ ନ୍ୟୁଜ): ସମସ୍ୟା ଘେରରେ କଳାପଥର ପଞ୍ଚାୟତ । ବିଗତ ଦିନରେ ଏହି ପଞ୍ଚାୟତଞ୍ଚରେ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଭଗ୍ନ ଅବସ୍ଥାରେ ପଡିଥିବା ପଞ୍ଚାୟତ ଭବନର ଉନ୍ନତି କରଣ ହୋଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରିକି ପାନୀୟ ଜଳସମସ୍ୟା, ରାସ୍ତାର ଉନ୍ନତି କରଣ, ମଶାଣୀକୁ ଯିବା ପାଇଁ ରାସ୍ତା ନଥିବା,ବାଙ୍କୀର ସୀମାରେ ଅବସ୍ଥିତ ହେତୁ ଅରାଜକତା ଦେଖାଦେବା ଭତା, ସରକାରୀ ଯୋଜନାରେ ବାସଗୃହ ଆଦି ମିଳିନଥିବା ଅନେକ ସମସ୍ୟା ରହିଛି । ଏଥର ଲୋକେ ପରିବର୍ତ୍ତନ ଚାହୁଁଥିବା ଦର୍ଶାଇଛନ୍ତି । ସମାଜସେବୀ କମଳା ସ୍ୱାଇଁଙ୍କୁ ଭୋଟ ଦେଇ ନିର୍ବାଚନ ବୈତରଣୀ ପାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଯୁବକ ସମାଜ, ମହିଳା ଆଦି ଗ୍ରାମର ଅନେକ ଲୋକେ । ସେ ନେତୃତ୍ୱ ନେଲେ ପଞ୍ଚାୟତରେ ଉନ୍ନତି ହେବ ବୋଲି ଲୋକଙ୍କ ଆଶା ବିଶ୍ୱାସ ରହିଛି ।

Leave a Reply

Your email address will not be published.