କୁତୁର୍ଲା ଧବଳେଶ୍ୱର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା

ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ ବ୍ଲକ ଲରମ୍ଭl ପଞ୍ଚାୟତ ଅନ୍ତର୍ଗତ କୁତୁର୍ଲା ଗାଁ ର ବହୁପୁରାତନ ଧବଳେଶ୍ୱର ଶିବ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶୁକ୍ରବାର ଦିନ ଠାରୁ ପୁରାଣ ପଠନ,ନାମ ସଂକୀର୍ତ୍ତନ,ଯଜ୍ଞ,ହୋମ ପୂଜାପାଠ ଅନୁଷ୍ଠିତ ହେବ l ଶିବ ପୁରାଣ ସପ୍ତାହର ମୁଖ୍ୟ କର୍ତ୍ତା ମହାଶଚିବ ଶ୍ରୀ ନିରଞ୍ଜନ ବିଶି ଏବଂ ତାଙ୍କ ଧର୍ମ ପତ୍ନୀ ନୀଳାଞ୍ଚି ବିଶି ଯୋଗଦାନ ଦେଇଛନ୍ତି l ଏପ୍ରିଲ ୨୧ ରେ ପୂର୍ଣ୍ଣାହୁତୀ ହେବାର କାର୍ଯ୍ୟକ୍ରମ ରହିଛି l ଏହି ମହୋତ୍ସବ ଉପଲକ୍ଷେ ମିନବଜାର,କଂସ ଦରବାର,ନାଟକ,ଦଣ୍ଡନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ମିଳିଛି l କିମ୍ବଦନ୍ତୀ ଅନୁସାରେ ସ୍ୱୟଂମ୍ଭୁ ଧବଳେଶ୍ୱର ଶିବ ମହାଦେବ କୁତୁର୍ଲା ଗାଁ ରେ ଆବିର୍ଭାବ ହୋଇଥିଲେ l ଶିବାଲିଙ୍ଗ ଭାବରେ ପ୍ରକଟ ହୋଇ ଗାଁ ର ବିଂଝାଲ ଆଦିବାସୀ ଝାଙ୍କର କୁ ସେବା ପୂଜା କରିବା ପାଇଁ ସ୍ୱପ୍ନାଦେଶ ଦେଇଥିଲେ l ଶିବଲିଙ୍ଗ ପାଖରେ ବିରାଟ ନାଗ ସର୍ପ,ବାଘ ଜଗି ରହୁଥିଲେ l କାଳିଗାଈ ଶିବାଲିଙ୍ଗରେ ପ୍ରତିଦିନ କ୍ଷୀର ପ୍ରଦାନ କରିଥିଲେ l

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କୁ ରିପୋର୍ଟ

Leave a Reply

Your email address will not be published.