ରିଲିଜ ହେଲା ଦୃଢ ସଂକଳ୍ପର ବ୍ୟାନର

କଟକ, (ନାଗରାଜ ନ୍ୟୁଜ): କଟକରେ ରିଲିଜ ହେଲା ଏକ ଭିନ୍ନ ଧରଣର ସର୍ଟ ଫିଲ୍ମ ଦୃଢ଼ ସଂକଳ୍ପର ବ୍ୟାନର । କଟକ ଖାନ ନଗର ଚନ୍ଦନ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରେ ବ୍ୟାନର ରିଲିଜ ହୋଇଛି। ମୁଖ୍ୟ ଅତିଥି ଭାବରେ ଭେଟେରାନ ଅଭିନେତା ଶ୍ରିତମ ଦାସ, ସମାଜସେବୀ ନରୋତ୍ତମ ଦାସ, ସ୍ଥାନୀୟ କର୍ପୋରେଟର ଗୋପାଳ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆଜିର ଦିନ ମାନଙ୍କରେ ଯେଉଁଭଳି ଭାବରେ ପ୍ରେମରେ ଧୋକା ପ୍ରତାରଣା ପରେ ନିଜର ଜୀବନକୁ ଶେଷ କରିଦେବା ପାଇଁ ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ କିଭଳି ଭାବରେ ରୋକାଯାଇ ପାରିବ ଓ ଯୁବ ପିଢ଼ି ମାନଙ୍କର ମଧ୍ୟରେ ସଚେତନତା ଅଣାଯାଇ ପାରିବ ତାହା ହିଁ ଏହି ସର୍ଟ ଫିଲ୍ମ ର ମୂଳ ଲକ୍ଷ। କଟକର ବେଶ ସୁପରିଚିତ ସମାଜସେବୀ କ୍ଷୀତିଶ କୁମାର ବେହେରାଙ୍କ ଦ୍ୱାରା ନିର୍ମିତ ଏହି ସର୍ଟ ଫିଲ୍ମ ରେ ନିଜେ ନିର୍ଦେଶନା ଓ ଗୀତ ମଧ୍ୟ ଲେଖିଛନ୍ତି କ୍ଷୀତିଶ। ଏହି ସର୍ଟ ଫିଲ୍ମ ରେ କ୍ଷୀତିଶ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଦୁଇଜଣ ଅଭିନେତ୍ରୀ ଅଭିନୟ କରିଛନ୍ତି।

Leave a Reply

Your email address will not be published.