କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ରାଉରକେଲା, (ନାଗରାଜ ନ୍ୟୁଜ ): ରାଉରକେଲାରେ କୋଭିଡ କଟକଣାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଛି । ରାଉରକେଲାର ସମସ୍ତ ଦେବାଳୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମାରେ ଶ୍ରଦ୍ଧାଳୁମାନଙ୍କ ଗହଳି ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ସହର ଓ ଆଖପାଖରେ ଥିବା ଜଳାଶୟ ଓ ନଦୀ ଘାଟରେ କଦଳୀ ପଟୁଆ ଓ କାଗଜ ଡଙ୍ଗା ଭସାଇଥିଲେ । ସେକ୍ଟର ୩ର ଜଗନ୍ନାଥ ମନ୍ଦିର, ବାସନ୍ତି କଲୋନୀ ନୟବଜାର ଓ ଅନ୍ୟ ମନ୍ଦିରରେ ଶ୍ରଦ୍ଧାଳୁମାନେ ସାମିଲ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ପୂଣ୍ୟ ଅର୍ଜନ କରିଥିଲେ । ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published.