ବଡ଼ ଚନ୍ଦ୍ରଗ୍ରହଣ, ଭାରତରେ ହେବ ନାହିଁ ଦୃଶ୍ୟମାନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଆଜି ଅର୍ଥାତ ନଭେମ୍ବର ୧୯ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । କୁହାଯାଉଛିଯେ, ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ସଙ୍ଗଠିତ ହେବ । ହେଲେ ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ । ଭାରତରେ ଏହାର କୌଣସି ପ୍ରଭାବ ନଥିବାରୁ ପାକ ନିଷେଧର ଆବଶ୍ୟକତା ନାହିଁ । ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହାର ଅବଧୀ ୬ ଘଣ୍ଟା କାଳ ପର୍ୟ୍ୟନ୍ତ ରହିବ । ଗ୍ରହଣର ସମୟ ପୂର୍ବାହ୍ନ ୧୧ଟା ୩୪ ମିନିଟରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟା ୩୩ ମିନିଟରେ ଶେଷ ହେବ । ଗ୍ରହଣର ସମୟ ମୋଟ ୫ ଘଣ୍ଟା ୫୯ ମିନିଟ । ଏହାକୁ ଚଳିତ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି । କାରଣ ୫୮୦ ବର୍ଷ ପରେ ଏଭଳି ଚନ୍ଦ୍ରଗ୍ରହଣ ଆକାଶରେ ଦୃଶ୍ୟମାନ ହେବ । ଭାରତରେ ଏହା ଆଶିଂକ ରହିବ । କେବଳ ଉତ୍ତର-ପୂର୍ବ ଭାରତରେ ଏହା ଦୃଶ୍ୟମାନ ହେବ ।

Leave a Reply

Your email address will not be published.