ଧାନ ଫସଲରେ ଚକଡା ପୋକ, ଚିନ୍ତାରେ ଚାଷୀ

ବାଙ୍କୀ, (ନାଗରାଜ ନ୍ୟୁଜ ): ଚକଡା ପୋକ ଉଜାଡି ଦେଉଛି ଚାଷୀର ସୁନାର ଫସଲ । ଶହଶହ ଏକର ଧାନ ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଡମପଡା ବ୍ଲକ ଢ଼ଂସର ପଂଚାୟତରେ । ଚକଡ଼ା ପୋକ ହେତୁ ଧାନସୀସା ଧଳା ହେଉଥିବା ସହ ଅଗାଡ଼ି ହେବା ନେଇ ଚିନ୍ତାରେ ଚାଷୀ । କୃଷି ବିଭାଗଙ୍କୁ ଏହି ସମ୍ପର୍କରେ ଚାଷୀ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଆଗକୁ ଆସୁଛି ଦାଳୁଅ ଫସଲ । ଏହି ଧାନର ବିହନ ଦାଳୁଅ ଫସଲ ପାଇଁ କାମରେ ଆସିଥାଏ । ଏଥିପାଇଁ ଚାଷୀଙ୍କ ପାଖରେ ବିହନ ନାହିଁ କି ଅର୍ଥ ନାହିଁ । ଏଭଳି ପରିସ୍ଥିତିରେ ଯଦି କିଛି ସରକାରୀ ସହାୟତ ମିଳିଲେ ଜମିରେ ଦାଳୁଅ ଫସଲ କରିପାରନ୍ତେ ବୋଲି ଚାଷୀମାନେ କହିଛନ୍ତି ।

Leave a Reply

Your email address will not be published.