ବାଙ୍କୀ କଲେଜ ସମ୍ମୁଖରେ ଅଧ୍ୟକ୍ଷଙ୍କୁ ଘେରିଲେ ପିଜି ଛାତ୍ରଛାତ୍ରୀ

ବାଙ୍କୀ, (ନାଗରାଜ ନ୍ୟୁଜ ): କଟକ ଜିଲ୍ଲା ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟୟନ କରୁଥିବା ୩୦ ଜଣ ଛାତ୍ରଛାତ୍ରୀ ଆଜି କଲେଜ ଅଧ୍ୟକ୍ଷଙ୍କୁ ଘେରିବା ସହ ଧାରଣା ଦେଇଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ କଲେଜ କର୍ତ୍ତୃପକ୍ଷ ପିଜି ଛାତ୍ରଛାତ୍ରୀମାନଙ୍କ ନାମ ଲେଖାଠାରୁ ଆରମ୍ଭ କରି ୪ଟି ସେମିଷ୍ଟାର, ସାଂସ୍କୃତିକ କାର୍ୟ୍ୟକ୍ରମ, ସେମିନାର ସହିତ ଉନ୍ନତ ମାନର ପାଠପଢା ପାଇଁ ଲାଇବ୍ରେରୀର ବ୍ୟବସ୍ଥା ନେଇ ୨ ବର୍ଷର ପାଠ ପଢ଼ା ବାବଦକୁ ୪୦ ହଜାର ଟଙ୍କା ଫିସ ନେଇଥିଲେ । ହେଲେ ଛାତ୍ରଛାତ୍ରୀମାନଙ୍କ ୨ ବର୍ଷ ପାଠ ପଢ଼ା ମଧ୍ୟରେ ଉକ୍ତ କଲେଜ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିବାର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ କଲେଜ ଅଧ୍ୟକ୍ଷ ଡା. ଅରୁଣ ବେହେରା କହିଛନ୍ତି ଅଧ୍ୟକ୍ଷ ପଦ ଦାଇତ୍ୱ ମୁଁ ଏବେ ଗ୍ରହଣ କଲା ପରେ ଏଭଳି ଅଭିଯୋଗ ମୋ ପାଖକୁ ପ୍ରଥମ କରି ଆସିଛି । ଏହାର ତଦନ୍ତ ପାଇଁ ପିଜି କୋଡିନେଟରଙ୍କୁ ମୁଁ ଦାଇତ୍ୱ ଦେଇଛି । ସେ ବୁଝି ମୋତେ ଆସନ୍ତା ସୋମବାର ରିପୋର୍ଟ ଦେଲେ ମୁଁ ଯାହା ଆକ୍ସନ ନେବି । ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଖୁବଶୀଘ୍ର କରାଯିବାକୁ ପ୍ରତିଶୃତି ଦେଇଛନ୍ତି କଲେଜ ଅଧ୍ୟକ୍ଷ ।

Leave a Reply

Your email address will not be published.