ଖପ୍ରାଖୋଲ ପଞ୍ଚାୟତ କୈଶୋର ଅନୁକୂଳ ସ୍ୱାସ୍ଥ୍ୟ ସଂଘ ସଭା ଆୟୋଜିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଏକ କୈଶୋର ଅନୁକୂଳ ସ୍ୱାସ୍ଥ୍ୟ ସଂଘ ସଭା ଆୟୋଜିତ କରାଯାଇଥିଲା । ଏହି ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା, କୈଶୋର ସାଥି ଶିକ୍ଷାବିତ ଏବଂ ସେବାଜଗତ ସଂଗଠନର ବ୍ଲକ ସୁପରଭାଇଜର ବିଶ୍ୱନାଥ ବନଛୋର ଉପସ୍ଥିତ ଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ରିତାଞ୍ଜଳୀ ସାହୁ ଏହି ସଭାକୁ ପରିଚାଳନା କରିଥିଲେ ।

କିଶୋରକିଶୋରୀମାନଙ୍କୁ ସ୍ୱାସ୍ଥ୍ୟ ବିଷୟରେ ଜ୍ଞାନ ଦେଇଥିଲେ । ପରିଷ୍କାର ପରିଛନ୍ନତା, ବାଲ୍ୟବିବାହ, କୋଭିଡ଼-୧୯ ନିୟମ, ଶାରୀରିକ ଓ ମାନସିକ ପରିବର୍ତ୍ତନ, ଋତୁ ଚକ୍ରର ପରିବର୍ତ୍ତନ, ସାନିଟାରି ପ୍ୟାଡର ବ୍ୟବହାର, ପୁଷ୍ଟିକର ଖାଦ୍ୟ ଖାଇବା ଓ ଆଇରନ ବଟିକା ଖାଇବା ଏହିସବୁ ଅଭ୍ୟାସକୁ ପାଳନ କଲେ ଫଳ ସ୍ୱରୁପ ଶରୀର ସୁସ୍ଥ ରହିବ ବୋଲି କହିଥିଲେ ।

Leave a Reply

Your email address will not be published.