ପ୍ରକାଶ ପାଇଲା ପ୍ରବନ୍ଧ ଫଳାଫଳ, ସ୍ଥାନ ଅଧିକାର କଲେ ବିଭିନ୍ନ ଜିଲ୍ଲାର ସାରସ୍ୱତ ସାଧକ-ସାଧିକା

ଖଇରା,(ନାଗରାଜ ନ୍ୟୁଜ): ସାହିତ୍ୟର ଉନ୍ନତି ହେଲେ ଏଦେଶ ଓ ଜାତିର ଉନ୍ନତି ସମ୍ଭଵ ଯାହା ପୂର୍ବପୁରୁଷ ମାନେ କହିଯାଇଛନ୍ତି । ତେଣୁ ସାହିତ୍ୟର ଉନ୍ନତି ପାଇଁ ସର୍ବଦା ଆପ୍ରାଣ ଚେଷ୍ଟା କରିବା ଉଚିତ । ଲେଖନୀ ମାଧ୍ୟମରେ ଗଦ୍ୟ ଓ ପଦ୍ୟ ସାହିତ୍ୟର ଉନ୍ନତି କରିବା ଜଣେ ସାହିତ୍ୟ ସାଧିକା/ ସାଧକର ପ୍ରଥମ କର୍ତ୍ତବ୍ୟ । ସାହିତ୍ୟ ସାଧନା ବଳରେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଥାଏ କବିକବୟିତ୍ରୀ ଓ ଲେଖକ ଲେଖିକାଟିଏ । କିନ୍ତୁ ଏଥିପାଇଁ ଏକ ପ୍ଲାଟଫର୍ମ କିମ୍ବା କୌଣସି ଏକ ଅନୁଷ୍ଠାନ ମାଧ୍ୟମ ସ୍ବରୂପ ଆବଶ୍ୟକ ହୋଇଥାଏ ।

ମାଧ୍ୟମ ଅଭାବରୁ ଅନେକ ସାରସ୍ୱତ ସାଧକ/ସାଧିକା ମାନଙ୍କର ସାଧନା ବ୍ୟର୍ଥ ହୋଇଥାଏ । ଯାହାଦ୍ବାରା ସାହିତ୍ୟ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ସମାଜରେ ସାହିତ୍ୟର ଉନ୍ନତି ନିମନ୍ତେ ୨୦୧୯ ମସିହାରେ ଆଳଦା, ଖଇରା, ବାଲେଶ୍ଵର ଠାରେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରି ଉନ୍ନତି ପଥରେ ଆଗେଇ ଚାଲିଛି ।

ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ପ୍ରବନ୍ଧର ଫଳାଫଳ ପ୍ରକାଶ ପାଇଛି । ଏହି ରାଜ୍ୟ ସ୍ତରୀୟ ପାକ୍ଷିକ ପ୍ରବନ୍ଧ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ମୋଟ ୧୦ ଜଣ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପାଇଛି ପ୍ରକାଶ । ଏଥର ପ୍ରତିଯୋଗୀଙ୍କ ପାଇଁ ପ୍ରସଙ୍ଗ(ପ୍ରବନ୍ଧ) ଥିଲା- ” ବ୍ୟାସକବି ଫକୀରମୋହନ ସାହିତ୍ୟର ଏକ ଦର୍ପଣ ।” ଏଥିରେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ତଥା ସୁସାହିତ୍ୟିକା ତେଜସ୍ବିନୀ ସାମଲ, ରାଜକନିକା, କେନ୍ଦ୍ରାପଡାରୁ ପ୍ରଥମ, ବାଲେଶ୍ଵର ମାଟିର ସାହିତ୍ୟ ସାଧିକା ଏବଂ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅଞ୍ଚଳର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଦ୍ବିତୀୟ ସ୍ଥାନ ଓ କୁଲାଡ, ଗଞ୍ଜାମ ଜିଲ୍ଲାର ଶିକ୍ଷକ ଅଜିତ୍ କୁମାର ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଅନ୍ୟ ଅଂଶ ଗ୍ରହଣକାରୀ ମାନଙ୍କ ମଧ୍ୟରେ ରଞ୍ଜୁଲତା ପାଢୀ, ସୁନ୍ଦରଗଡ଼, ସଞ୍ଜୁକ୍ତା ସାହୁ, ଜଗତସିଂହପୁର, ଭାରତୀ ସାହୁ, ଯାଜପୁର, ପ୍ରିୟମ୍ବଦା ରାଉତ, ମାଲକାନଗିରି, ବନଜା ନନ୍ଦିନୀ ମିଶ୍ର, ଯାଜପୁର, ରଶ୍ମିତା ପାତ୍ର, ବାରିପଦା ଓ ଯାଜ୍ଞସେନୀ ପଣ୍ଡା, ବାଲିଖଣ୍ଡ, ବାଲେଶ୍ଵରରୁ ଭାଗନେଇ ଥିଲେ । ହେଲେ କୌଣସି ସ୍ଥାନ ପାଇବାରେ ସକ୍ଷମ ହୋଇପାରି ନାହାନ୍ତି । ଆଗାମୀ ଦିନରେ ନିଶ୍ଚୟ ସ୍ଥାନ ମିଳିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସେମାନଙ୍କୁ ଆଶ୍ବସନା ଦେଇଛନ୍ତି । ସମସ୍ତ ୧୦ ଜଣଙ୍କ ଲେଖା ପ୍ରାୟ ସୁନ୍ଦର ଥିଲା । ଅନୁଷ୍ଠାନର ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ନିରପେକ୍ଷ ସମୀକ୍ଷିକାରୁ ଫଳାଫଳ ପ୍ରକାଶିତ ହୋଇଛି । ଫଳାଫଳ ନେଇ ଯଦି କାହା ମନରେ କୌଣସି ପ୍ରକାର ପ୍ରଶ୍ନ ଉଙ୍କି ମାରେ ବ୍ୟକ୍ତିଗତ ଭାବେ ସମୀକ୍ଷକ ମହୋଦୟଙ୍କୁ ଯୋଗାଯୋଗ କରିପାରିବେ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ହାତରେ କଲମ ଧରିଥିବାରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ।

Leave a Reply

Your email address will not be published.