କୋଭିଡ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରଙ୍ଗ, (ନାଗରାଜ ନ୍ୟୁଜ): କଟକ ସିଡିଏ ୧୨ ତିଲିକା ନଗର ଭାରତୀୟ ମହିଳା ଅଧିକାର ଏବଂ ପ୍ରାଣୀ ସୁରକ୍ଷା ସଂଗଠନ ତରଫରୁ ଏକ କୋଭିଡ ସଚେତନା କାର୍ଯ୍ୟକ୍ରମ କଟକ ସ୍ଥିତ ସେକ୍ଟର ୧୨ ତିଲକା ନଗରରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବସ୍ତିରେ ରହୁଥିବା ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ମହାମାରୀ ସହିତ ଲଢ଼ିବାର ଉପାୟ ଏବଂ କିପରି ଏହାଠୁ ଦୁରେଇ ରହିବେ ସେନେଇ ଆଲୋକପାତ କରାଯାଇଥିଲା । ଏହା ସଂଗେ ସଂଗେ ବସ୍ତିର ଛୋଟ ଛୋଟ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଏବଂ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା ସହିତ କିଛି ଖାଦ୍ୟର ବ୍ୟବସ୍ତା ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଦେବୀଦତ୍ତ ବରାଳଙ୍କ ନିର୍ଦେଶାନୁସାରେ କାର୍ଯ୍ୟକାରୀ ସଭାପତି କମର ଅଲ୍ଲୀ ତୁଲାଇଥିଲେ । କାର୍ଯ୍ୟକ୍ରମକୁ ସଂଗଠନର ସାଧାରଣ ସମ୍ପାଦକ ଇଫତେଖାର ଅହମଦ ପରିଚାଳନା କରିଥିଲେ । ଏବଂ ଜ୍ୟୋତିରଞ୍ଜନ ସାହୁ, ସଦାବ ହୁସେନ, ରାଜଲକ୍ଷ୍ମୀ ମହାନ୍ତି, ବିଶ୍ୱପ୍ରସାଦ ରାଉତ ଓ ସମାପ୍ତି ପଟ୍ଟନାୟକଙ୍କ ସମେତ ତିଲକା ନଗରର ସ୍ଲମ୍ ବିକାଶ କମିଟି ସଭାପତି ମଶୁରି ମୁଣ୍ଡିଆ ଏବଂ ସୁଷମାରାଣୀ ସୁବୁଧି ରହି ସଫଳ କରିଥିଲେ ।

Leave a Reply

Your email address will not be published.