ଭୋଟରଙ୍କୁ ଭୋଟ ଭିକ୍ଷା କଲେ ପ୍ରାର୍ଥୀ, ଆରମ୍ଭ ହୋଇଯାଇଛି ଜୋରସୋର ପ୍ରଚାର

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସଦରରେ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତ ଓ ଜିଲାପରିଷଦ ପ୍ରାର୍ଥୀମାନଙ୍କର ଦୁଆର ଦୁଆର ବୁଲି ପ୍ରଚାର କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି । ଆଜି ପୁରି ସଦର ଅନ୍ତର୍ଗତ ବେଳଦଳ ଗ୍ରାମରେ ଓ ବିର ହରେକୃଷ୍ଣ ପୁର ଗ୍ରାମ ପଞ୍ଚାୟତରେ ବିଜେପି ଦଳର ୨୬ ନମ୍ବର ଯୋନର ଜିଲାପରିଷଦ ପ୍ରାର୍ଥୀନୀ କଲେଜ ଛାତ୍ରୀ ପିଙ୍କି ପାତ୍ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କ ସହିତ ପଞ୍ଚାୟତ ପ୍ରବାରୀ ସଂଗ୍ରାମ ଦାସ ଦୁଆର ଦୁଆର ବୁଲି କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ବୁଝେଇବା ସହିତ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ନେତୃତ୍ୱକୁ ଭରସା କରି ଭୋଟ ଭିକ୍ଷା କରିବା ସହିତ ବିଜେଡି ସରକାର ଅମଳରେ କିପରି ଲୋକମାନେ ଭଙ୍ଗା ଘରେ ଏବେବି ବାସ କରୁଛନ୍ତି । ତାହାର ପ୍ରତିଛବି ପ୍ରାର୍ଥୀମାନେ ଦେଖାଇବା ସହିତ ନିର୍ବାଚନରେ ଜିତିଲେ ଏହିସବୁର ସମାଧାନ ନିଶ୍ଚିତ କରିବେ ବୋଲି ପ୍ରାର୍ଥୀମାନେ ମତ ରଖିଥିଲେ ।

Leave a Reply

Your email address will not be published.