ଓଡିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି

କଟକ, (ନାଗରାଜ ନ୍ୟୁଜ): ଓଡିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି । ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିଶ କଲେ ସୁପ୍ରିମକୋର୍ଟଙ୍କ କଲେଜିୟମ । ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ରମଣ ମୁରହରି । ବିଚାରପତିଓଡିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି ଅଛନ୍ତି । ଓଡିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୨୭ । ନୂଆ ୪ ଜଣ ନାମକୁ ରାଷ୍ଟ୍ରପତି ଅନୁମୋଦନ ଦେଲା ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ । ଏହି ୪ଜଣଙ୍କ ନାମକୁ ଆଜି ମଞ୍ଜୁରୀ ମିଳିଛି ।

Leave a Reply

Your email address will not be published.