ଗାଈ ଫସଲ ଖାଇବାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ମଣିଷ ଦିନକୁ ଦିନ ନୃଶଂସ ହୋଇ ପଡୁଥିବାବେଳେ ଛୋଟରୁ ଛୋଟ କଥାରେ ହତ୍ୟା କରିବାକୁ ପଛାଉ ନାହିଁ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ତରଭା ଫାଣ୍ଡି ଅନ୍ତର୍ଗତ ବଡନାଗେନା ଗ୍ରାମରେ । ଗାଈ ଫସଲ ଖାଇବାକୁ କେନ୍ଦ୍ର କରି ଘଟିଛି ହତ୍ୟାକାଣ୍ଡ । ସୂଚନା ଅନୁସାରେ ଗ୍ରାମର ମୁରଲୀଧର ପାଣିଙ୍କ କ୍ଷେତରେ ପଡୋଶୀ ଲକ୍ଷ୍ମଣ ପଣ୍ଡାଙ୍କ ଗାଈ ପସି ଯାଇଥିଲା । ଏଥିରେ ମୁରଲି ପାଣି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମଣ ପଣ୍ଡା ଓ ସୋମ୍ୟରଞ୍ଜନ ପଣ୍ଡା ଉଭୟ ଠେଙ୍ଗାରେ ପିଟି ଦେଇଥିଲେ । ଘଟଣା ସ୍ଥଳରେ ମୁରଲୀଧର ପାଣି ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published.