କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣା ର ପରଦା ଖୋଲିଛି ପୁରୀ ପୋଲିସ । ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ହୋଇ ଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନ ରୁ ଜାଣିଚି ।ଏହି ହତ୍ଯାକାଣ୍ଡ ଘଟଣାରେ ପୋଲିସ ଛଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଅନ୍ୟ 3 ଜଣ ଅଭିଯୁକ୍ତ ଫେରାର ଥିବା ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରି ସମେତ ସହଯୋଗି ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ମୁନ୍ନା ପାତ୍ର, ସଂଦିପ ଜେନା ଗିରଫ କରାଯାଇଛି ।୩୦ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ଏହି ହତ୍ୟାକାଣ୍ଡ ପାଇଁ । ଗତ 2012 ମସିହା ଅଗଷ୍ଟ 22 ରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣାର ପ୍ରତିଶୋଧ ପାଇଁ ଏହି ଘଟଣା ଘଟିଥିବା ପୋଲିସ କୁ ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡିଛି । ଏହି ଘଟଣାରେ 120 ବି ,302 ,34 ipc,25 ଓ 27 arms act ଦଫା ଲଗାଯାଇଛି । ତେବେ ଗୁନ ହତ୍ୟାକାଣ୍ଡ ଘଟଣା ରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ଅଭିଯୋଗ ରେ ଗିରଫ ହୋଇ ଥିଲେ । ପରେ ପ୍ରମାଣ ଅଭାବ ରୁ କୃଷ୍ଣଚନ୍ଦ୍ର ନିର୍ଦୋଷ ରେ ଖଲାସ ହୋଇଥିଲେ । ଏହି ଘଟଣା ରେ ପ୍ରତିଶୋଧ ପରାୟଣ ହୋଇ ଗୁନ ସିଂହାରି ଙ୍କ ଭାଇ କାଳିଆ ସିଂହାରି ଓ ପୁତୁରା ଦୋଳ ଗୋବିନ୍ଦ ସିଂହାରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ତଥ୍ୟ ମିଳିଚି । ସେପଟେ ଏକ ଜମି କାରବାର କୁ ନେଇ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିବା ମଧ୍ୟ ଅନ୍ୟ ଏକ ଦିଗ ଆସୁଛି । ଅଭିଯୁକ୍ତ ଙ୍କୁ ପୋଲିସ ରିମାଣ୍ଡ ରେ ଆଣି ପଚରା ଉଚରା ପରେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି ।

Leave a Reply

Your email address will not be published.